Odia News Portal

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ରାୟଗଡ଼ା ଜିଲ୍ଲାପାଳ

ରାୟଗଡ଼ା: ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ରାମନଗୁଡା ଓ ଗୁଣପୁର ଗସ୍ଥ କରି ବିଭିନ୍ନ ଉନ୍ନୟନମୂଳକକାର୍ୟ୍ୟର ସମୀକ୍ଷା କରିଥିଲେ । ରାମନଗୁଡା ଉଚ୍ଚ ବିଦ୍ୟାଳୟର ଅଧୁନିକକରନ , ସ୍ମାର୍ଟ କ୍ଲାସ, ଇ ଲାଇବ୍ରେରୀ, ଖେଳ ପଡ଼ିଆର କାର୍ୟ୍ୟ ସମୂହ ପରିଦର୍ଶନ କରିଥିଲେ । ସମସ୍ତ କାର୍ୟ୍ୟ ଶୀଘ୍ର ଶେଷ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ୟ୍ୟ ସମାପନ କରିବା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ରାମନଗୁଡା ଗୋଷ୍ଠୀଉନ୍ନୟନ ଅଧିକାରୀ ବେଣୁଧର ଶବର, ଅତିରିକ୍ତ ତହସିଲଦାର ଫର୍ଣ୍ଣଣ୍ଡିଜ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗୁଣପୁର ସଦର ମହକୁମା ଠାରେ ପହଁଚିବା ପରେ ଗୁଣପୁର ଉପଖଣ୍ଡ କାରାଗାର ପରିଦର୍ଶନ କରିଥିଲେ । କାରାଗାରର ସିସି ଟିଭି, ଅନ୍ତେବାସୀଙ୍କ ଖାଇବା, ରୋଷେଇ ଘର, ଜଳ ନିଷ୍କାସନ ବ୍ୟବସ୍ଥା ପ୍ରଭୃତି ତଦାରଖ କରିଥଲେ । କାରାଗାର ଭିତରେ ୧୦ ଜଣ ମହିଳା ଅନ୍ତେବାସୀ ରହିଥିବାରୁ ସେମାନଙ୍କ ଯାବତୀୟ ଅଵଶ୍ୟକତା ଉପରେ ଗୁରୁତ୍ୱ ଦେବା ନିମନ୍ତେ ଜେଲ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେପରେ ଗୁଣପୁର ଶତାୟୁ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସରକାରଙ୍କ ଘୋଷଣା ମୁତାବକ ଇ ଲାଇବ୍ରେରୀ, ସ୍ମାର୍ଟ କ୍ଲାସ, ମଡେଲ ଉଚ୍ଚବିଦ୍ୟାଳୟ ନିମନ୍ତେ ସମସ୍ତ କାର୍ୟ୍ୟ ଶୀଘ୍ର ସାରିବା ନିମନ୍ତେ ବିଭାଗୀୟଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥଲେ । ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ ସମୟରେ ଗୁଣପୁର ଗୋଷ୍ଠୀଉନ୍ନୟନ ଅଧିକାରୀ ଶାନ୍ତିପ୍ରଭା ପ୍ରଧାନ, ତହସିଲଦାର ଶରତ ଚନ୍ଦ୍ର ନାୟକ, ପୌର ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାସ, ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶଶାଙ୍କ ଦାସ ପ୍ରମୁଖ ଉପସ୍ଥିତଥିଲେ ।