Odia News Portal

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା, ଜାଣନ୍ତୁ ଓଆଇସି ମମତା ଓ ବିଦ୍ୟାଭାରତୀଙ୍କ ସମ୍ପର୍କ କଣ

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସପେନ୍ସ । ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ନେଇ ଉଠିଛି ପ୍ରଶ୍ନବାଚୀ । ତାଙ୍କ ଚରିତ୍ରକୁ ନେଇ ସମ୍ପର୍କ ଉଠାଯାଇଥିବା ବେଳେ ଏହି ଘଟଣା ସହ ଗୁରୁଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି । ତେବେ ଏହି ଘଟଣାରେ ଆଜି ମମତାଙ୍କୁ ତଦନ୍ତ କରାଯାଇପାରେ ବୋଲି ଏସପି ସୂଚନା ଦେଇଛନ୍ତି । ସେପଟେ ମମତା ଏବଂ ବିଦ୍ୟାଙ୍କ ମଧ୍ୟରେ କଣ ସମ୍ପର୍କ ରହିଛି ତାକୁ ନେଇ ସବୁଠି ଚର୍ଚ୍ଚା । ଏହାରି ଭିତରେ ମମତାଙ୍କ ଶ୍ୱାୁର ବଖାଣିଛନ୍ତି ଉଭୟଙ୍କ ସମ୍ପର୍କ ।

ମମତାଙ୍କ ଗାଁରେ ବିଦ୍ୟାଭାରତୀଙ୍କ ମାମୁଁଘର । ପୂର୍ବରୁ ଉଭୟ ଜାଣିଛନ୍ତି । ସେମାନେ ଅଧିକାଂଶ ସମୟରେ ଫୋନରେ ମଧ୍ୟ କଥା ହୁଅନ୍ତି । ବିଦ୍ୟାଭାରତୀଙ୍କ ବାପଘର ଲୋକଙ୍କ ସହ ମମତାଙ୍କ ଶାଶୁଘର ଲୋକେ ଭଲ ମିଶାମିଶି କରନ୍ତି । ତେବେ ଏବେ କିଛିଦିନ ହେବ ସେଇ ସମ୍ପର୍କ ନଥିବା କୁହାଯାଉଛି । ମାମୁଁଘର କପ୍ତିପଦା ଆସିଲେ ତାଙ୍କ ଶ୍ୱଶୁରଘର ଯାଉଥିବା ମଧ୍ୟ ସେ କହିଛନ୍ତି ।

ତେବେ ସବୁଠାରୁ ବଡ଼ ହେଉଛି କି, ବିଦ୍ୟାଭାରତୀଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି କି, ସେମାନେ ମମତାଙ୍କୁ ଜାଣି ନାହାଁନ୍ତି । କିନ୍ତୁ ଏପରେ ମମତାଙ୍କ ଶ୍ୱଶୁର କହୁଛନ୍ତି କି, ବାପଘର ଲୋକଙ୍କ ମମତାଙ୍କ ଶ୍ୱାୁରଘର ସହ ଭଲ ସମ୍ପର୍କ ଥିଲା । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠାରୁ ବଡ଼ କଥା ହେଉଛି ଘଟଣାରେ କାହାର ସମ୍ପୃକ୍ତି ରହିଛି । କଣ ସତ ତାହା ଏଯାବତ ରହସ୍ୟ ହୋଇ ରହିଛି ।