Odia News Portal

ପ୍ରଶ୍ନପତ୍ର ଲିକ୍ ହୋଇନି: ସମୀର ଦାଶ

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଖଣ୍ଡନ । ଗୃହ ବାହାରେ ଖଣ୍‌ଡନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି ମୋ ପାଖରେ ଲିକ୍ ହୋଇଥିବା ନେଇ କିଛି ଖବର ନାହିଁ କି ବିଭାଗ ପାଖରେ ମଧ୍ୟ ନାହିଁ । ମ୍ୟୁ ପୁରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ କଥା ହୋଇ ସାରିଛି । କୌଣସି ଠାରେ ପ୍ରଶ୍ନପତ୍ର ଲିକ୍ ହୋଇନାହିଁ ଏବଂ ପରୀକ୍ଷା ମଧ୍ୟ ଠିକ୍‌ରେ ହୋଇଛି ବୋଲି କହିଛନ୍ତି ସମୀର ଦାଶ ।