Odia News Portal

ଘରୋଇ ମେସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ସନ୍ଦେହ ଘେରରେ ଛାତ୍ରୀଙ୍କ ମୃତ୍ୟୁ । ଘରୋଇ ମେସରୁ ଉଦ୍ଧାର ହୋଇଛି ମୃତଦେହ । ଭଦ୍ରକ କଲେଜ ରୋଡରେ ଥିବା ମେସରୁ ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ଭଦ୍ରକ ଆଗରପଡ଼ା ଥାନା ଅନିଜ ଗ୍ରାମର ପୁଷ୍ପାଞ୍ଜଳି ଦାସ ଆଗରପଡ଼ା କଲେଜରେ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ଶ୍ରେଣୀରେ ଛାତ୍ରୀ । ନିଜ ଭଉଣୀ ରହୁଥିବା ଭଦ୍ରକ କଲେଜ ରୋଡ ସ୍ଥିତ ଏକ ଘରୋଇ ମେସକୁ ଆସି ରହୁଥିଲେ ପୁଷ୍ପାଞ୍ଜଳି । ଗତକାଲି କୌଣସି କାରଣରୁ ବିଳମ୍ବିତ ରାତିରେ ମେସ ରୁମରେ ଏକୁଟିଆ ଥିବା ବେଳେ, ବେକରେ ରଶି ଲଗାଇ ଆତ୍ମହତ୍ୟା କରି ଥାଇପରେ ବୋଲି ସନ୍ଦେହ କରାଯାଉଛି ।

ଆଜି ସକାଳୁ ପୁଷ୍ପାଞ୍ଜଳିଙ୍କର ଝୁଲନ୍ତା ମୃତଦେହ ଫ୍ୟାନରେ ଝୁଲୁଥିଲା । ଖବର ପାଇବା ପରେ ଟାଉନ୍ ଥାନା ଆଇଆଇସି ଉମାକାନ୍ତ ନାୟକ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛନ୍ତି । ବା ସହ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ପ୍ରେମ ପାଇଁ ଏଭଳି ଘଟଣା ଘଟି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଥିବା ବେଳେ ଛାତ୍ରୀଙ୍କ ମୃତ୍ୟୁର ଅନ୍ୟ ଦିଗ ଉପରେ ମଧ୍ୟ ପୁଲିସ ତଦନ୍ତ କରୁଛି ବୋଲି ଆଇ ଆଇ ସି ଶ୍ରୀ ନାୟକ କହିଛନ୍ତି।