Odia News Portal

ସୁବର୍ଣ୍ଣପୁରରେ ନିର୍ବାଚନ ମଣ୍ଡଳୀସ୍ତରୀୟ ମହିଳା ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର: ନିର୍ବାଚନମଣ୍ଡଳୀ ସ୍ତରୀୟ ମହିଳା କର୍ମକର୍ତ୍ତା ସମ୍ମିଳନୀ ଘୋଡ଼ାଘାଟପଡ଼କ୍ଷ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ସୁବର୍ଣ୍ଣପୁର ଜିଲ୍ଲା ବିଜେଡ଼ି ମହିଳା ସଭାପତି ପଦ୍ମିନୀ ବଘାର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ମହିଳା ସମ୍ମିଳନୀ ।ଏଥିରେ ରାଜ୍ୟ ପର୍ୟ୍ୟବେକ୍ଷକ ଭାବେ ପ୍ରଭାସିନି ନନ୍ଦ ଯୋଗଦେଇ ଥିଲେ କ୍ଷ ପ୍ରଥମେ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ନାରୀ ସଶକ୍ତୀକରଣ କରିବା ପାଇଁ ବିଜୁ ପଟ୍ଟନାୟକ ପଦକ୍ଷେପ ଆରମ୍ଭ କରିଥିଲେ କ୍ଷ ଏବେ ତାଙ୍କର ପୁତ୍ର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପାଙ୍କ ଅଧୁରା ସ୍ଵପ୍ନକୁ ସାକାର କରିବା ପାଇଁ ଆଗେଇ ଆସିଛନ୍ତି କ୍ଷ ନାରୀ ସଶକ୍ତିକରଣ ସହିତ ଛୁଆ ଜନ୍ମ ଠାରୁ ମୃତ୍ୟୁ ପର୍ୟ୍ୟନ୍ତ ବିଭିନ୍ନ ଯୋଜନା କରି ମହିଳା ମାନଙ୍କୁ ସୁବିଧା ଯୋଗାଇ ଦେଇ ଆସୁଛନ୍ତି ବୋଲି ସଭାରେ ଆଲୋଚନା ହୋଇଥିଲା । ଏହି କର୍ମକର୍ତ୍ତା ସମ୍ମିଳନୀରେ ରାଜ୍ୟ ସମ୍ପାଦିକା ସୌଦାମିନି ଜେନାଙ୍କ ସହିତ ଜିଲ୍ଳା ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ କ୍ଷ