Odia News Portal

ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

ଜଗତସିଂହପୁର: ସଟର ବନ୍ଦ କରି ବେପାର କରୁଥିଲେ ଦୋକାନୀ । ଖବର ପାଇ ଚଢ଼ାଉ କରିବା ଲାଗି ଯାଇଥିଲେ ତହସିଲଦାର । ଏହି ସମୟରେ ଆକ୍ରମଣ ଶିକାର ହୋଇଛନ୍ତି । ଜଗତସିଂହପୁର ଏରସମା ଜାପା ଛକରେ ତହସିଲଦାରଙ୍କ ଉପରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଥାନାରେ ଏନେଇ ଅଭିଯୋଗ କରିଛନ୍ତି ତହସିଲଦାର ଚୌଧୁରୀ ପ୍ରଜନନ୍ଦନ ଦାଶ । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଥାଉକି, ଅମାନିଆ ଦୋକାନୀଙ୍କ ଉପରେ ଚଢ଼ାଉ କରିବା ଲାଗି ତହସିଲଦାର ଯାଇଥିଲେ । ଦୋକାନୀଙ୍କୁ ତାଗିଦ କରି ଫେରି ଆସୁଥିବା ବେଳେ ଜଣେ ମଦ୍ୟପ ଯୁବକ ତାଙ୍କ ଗାଡ଼ି ସମାନରେ ଛିଡ଼ା ହୋଇଥିଲା । ତହସିଲଦାରଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲା । ପଥର ମାରି ଗାଡ଼ି କାଚ ଭାଙ୍ଗି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି ।