Odia News Portal

ସାମ୍ବାଦିକଙ୍କୁ ଅକଥନୀୟ ନିର୍ଯାତନା

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଫେରିବା ପରେ ଲୋକମାନେ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ଏବଂ ବର୍ତ୍ତମାନ ତାଲିବାନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଛି । ଏହା ପରେ ସାଧାରଣ ଲୋକମାନେ ବହୁତ ଚିନ୍ତିତ ଅଛନ୍ତି । ଗତ କିଛି ଦିନ ହେବ କାବୁଲ ସମେତ ବିଭିନ୍ନ ସହରରେ ତାଲିବାନ ବିରୋଧରେ ପ୍ରଦର୍ଶନ କରାଯାଇଥିଲା । ଆଫଗାନିସ୍ତାନ ଉପରେ ପାକିସ୍ତାନୀ ଏୟାର ଷ୍ଟ୍ରାଇକକୁ ନେଇ ଲୋକମାନେ ଅତ୍ୟଧିକ କ୍ରୋଧିତ ହୋଇଛନ୍ତି । ତାଲିବାନ ସରକାର ବିରୋଧରେ ଲୋକମାନେ ବିରୋଧ କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ରଦର୍ଶନଗୁଡିକ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି, କିନ୍ତୁ ଏହି ପ୍ରଦର୍ଶନକୁ ନେଇ ତାଲିବାନ ଆଶ୍ଚର୍ୟ୍ୟ ହୋଇଯାଇଛି । ତାଲିବାନୀ ମାନେ ବିରୋଧ ପ୍ରଦର୍ଶନ କରୁଥିବା ମହିଳା, ସାଧାରଣ ନାଗରିକ ଏବଂ ସାମ୍ବାଦିକଙ୍କୁ ଟାର୍ଗେଟ କରିଛନ୍ତି ।

ସହରରେ ବିରୋଧ ପ୍ରଦର୍ଶନକୁ କଭର୍ କରିବାକୁ ଆସିଥିବା ସାମ୍ବାଦିକମାନଙ୍କ ଉପରେ ନିଜର ପ୍ରକୃତ ଚେହେରାକୁ ବିଶ୍ୱ ସାମ୍ନାରେ ରଖିଛି । କୁହାଯାଉଛି ଯେ ତାଲିବାନୀ ମାନେ ସାମ୍ବାଦିକ ମାନଙ୍କୁ ଏକ କୋଠରୀରେ ତାଲା ପକାଇ ଘଣ୍ଟା ଘଣ୍ଟା ଧରି ମାଡ ମାରି ସୋସିଆଲ ମିଡିଆରେ ସେମାନଙ୍କ ଚିତ୍ର ସେୟାର କରିଥିଲେ । ସାମ୍ବାଦିକ ମାନଙ୍କୁ ମାଡ ମାରିବା ଭିଡିଓ ଦେଖି ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ଲସ୍ ଆଞ୍ଜେଲସ୍ ଟାଇମ୍ସରେ ପ୍ରକାଶିତ ଫଟୋରେ ତାଲିବାନ ସାମ୍ବାଦିକମାନଙ୍କୁ କିପରି ମାଡ ମାରିଛି ତାହା ଦେଖିବାକୁ ମିଳିଛି ।
କାବୁଲରେ ତାଲିବାନ ଆତଙ୍କୀମାନେ ମହିଳାଙ୍କୁ ମାଡ ମାରିଥିବାବେଳେ ଉପସ୍ଥିତ ସାମ୍ବାଦିକମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ବର୍ତ୍ତମାନ ସରକାର ଗଠନ ହେବାର କିଛି ସମୟ ପରେ ତାଲିବାନ ଏକ ନୂତନ ଆଦେଶ ଜାରି କରିଛି ଯେ ସରକାରଙ୍କ ଅନୁମତି ବିନା କୌଣସି ପ୍ରଦର୍ଶନକୁ ଅନୁମତି ଦିଆଯିବ ନାହିଁ । ବିନା ଅନୁମତିରେ ବିରୋଧ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ତାଲିବାନ ଘୋଷଣା କରିଛି ।