Odia News Portal

ଶପଥ ଗ୍ରହଣ ଉତ୍ସବ ପାଳନ କରିବନି ତାଲିବାନ

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର । ନୂଆ ସରକାର ଗଠନ ନିମନ୍ତେ ହେଉଥିବା ଶପଥ ପାଠ ଉତ୍ସବକୁ ତାଲିବାନ ବନ୍ଦ କରିବାର ନିଷ୍ପତ୍ତି ଗ୍ରହଣ କରିଛି । ଶପଥ ଉତ୍ସବ କଲେ ଅଯଥା ଅର୍ଥ ଖର୍ଚ୍ଚ ହେବ ବୋଲି କାରଣ ଦର୍ଶାଇ ତାଲିବାନ ଉତ୍ସବକୁ ବନ୍ଦ କରିଛି । ଏହାପୂର୍ବରୁ ଆମେରିକାରେ ହୋଇଥିବ ସେପ୍ଟେମ୍ବର ୧୧ ଆତଙ୍କୀ ହାମ୍ଲାର ୨୦ ବର୍ଷ ପୂର୍ତ୍ତି ଅବସରରେ ତାଲିବାନ ସରକାର ଆଜି ଶପଥ ଗ୍ରହଣ କରିଥାନ୍ତା । କିନ୍ତୁ ଏବେ ଏହି ଉତ୍ସବକୁ ତାଲିବାନ ବନ୍ଦ କରିଛି । ଅନ୍ୟପକ୍ଷେ, ତାଲିବାନର ବହୁ ଚେଷ୍ଟା ପରେ ମଧ୍ୟ ପଞ୍ଜଶିର ଘାଟିରେ ରେସିଷ୍ଟେନ୍ସ ଫୋର୍ସ ସରକାରଙ୍କୁ ହଟାଇ ପାରିନାହିଁ ।

ସୂଚନା ଥାଉଯେ, ତାଲିବାନ ସରକାର ଗଠନ ପୂର୍ବରୁ ଶପଥ ଉତ୍ସବରେ ଯୋଗଦେବା ପାଇଁ ପାକିସ୍ତାନ, ଚୀନ୍, ତୁର୍କୀ, ଇରାନ୍, ଋଷ୍, କତାର ଓ ଭାରତକୁ ନିମନ୍ତ୍ରଣ କରିଥିଲା । ହେଲେ ଋଷ୍ ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଛି । ତେବେ ଆଜି ଆମେରିକା ଇତିହାସର କଳା ଦିବସରେ ତାଲିବାନ ସରକାର ଶପଥ ଉତ୍ସବ ରଖିଥିଲା । ୨୦୦୧ ସେପ୍ଟେମ୍ବର ୧୧ରେ ଅଲ୍କାଏଦା ଆତଙ୍କୀମାନେ ଆମେରିକା ଉପରେ ଆକ୍ରମଣ କରିଥିଲେ । ୱାଲ୍ରୂର୍ ଟ୍ରେଡ ସେଣ୍ଟର ଟୁଇନ୍ ଟାୱାରା ଏବଂ ପେଣ୍ଟାଗନ୍ ମୁଖ୍ୟ କାର୍ୟା୍ୟାଳୟକୁ ଆତଙ୍କୀମାନେ ବିମାନ ମାଧ୍ୟମରେ ଉଡାଇ ଦେଇଥିଲେ । ଏଥିର ପ୍ରାୟ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।