Odia News Portal

କାବୁଲରେ ଲାଗିଲା ତାଲିବାନ ସରକାର ଗଠନର ହୋର୍ଡିଂ

ନୂଆଦିଲ୍ଲୀ : ଆଫଗାନକୁ ଜବରଦଖଲ କରିବା ପରେ ଏବେ ତାଲିବାନ ସରକାର ଗଠନ କରିବାକୁ ନିଷ୍ପତି ନେଇଛି । ଆଜି ବିଧିବଦ୍ଧ ଭାବେ ତାଲିବାନୀ ଶାସନ ଆଫଗାନରେ ଆରମ୍ଭ ହେବାକୁ ଯାଉଛି । ଆଜି କ୍ୟାବିନେଟ ଘୋଷଣା ହେବା ପୂର୍ବରୁ ଆଫଗାନୀସ୍ତାନର ସୂଚନା ଓ ସସ୍କୃତି ମନ୍ତ୍ରୀଳୟ ପକ୍ଷରୁ କାବୁଲରେ ବଡ଼ବଡ଼ ହୋର୍ଡିିଂ ଲଗାଯାଇଛି । ଆଫଗାନର ସମ୍ପୂର୍ଣ୍ଣ ମାନଚିତ୍ରକୁ ବଦଳେଇ ଦେଇଛି ତାଲିବାନ । ଏପରିକି ନିଜ ପତାକା ବି ଉତ୍ତୋଳନ କରିଛି ତାଲିବାନ ।

ଆଫଗାନସ୍ତାନର ମଲ୍ଟି ମିଡିଆ ବ୍ରାଞ୍ଚ କଲଚର ମୁଖ୍ୟ ଅହମଦୁଲ୍ଲା ମୁତାକି ଟ୍ୱିଟର ଜରିଆରେ କାବୁଲରେ ଲାଗିଥିବା ହୋର୍ଡିଂର ଫୋଟୋ ଶେୟାର କରିଛନ୍ତି । ଆଜି କାବୁଲରେ ସରକାର ଗଠନ ହେବାକୁ ଥିବାରୁ ସବୁ ବରିଷ୍ଠ ନେତା କାବୁଲରେ ପହଞ୍ଚି ସାରିଲେଣି । ସୂଚନା ଅନୁଯାଇ ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରଦାର ଆଫଗାନ ସରକାର ମୁଖ୍ୟ ଭାବେ କାର୍ଯ୍ୟ କରିବେ ।