Odia News Portal

୧୨ରୁ ଉର୍ଦ୍ଧ୍ୱ ବୟସ୍କ ପିଲାଙ୍କୁ ମିଳିବ ଟିକା!

ଭୁବନେଶ୍ୱର: ଦେଶରେ ଜାରି ରହିଛି ଟିକାକରଣ । ସମସ୍ତ ବର୍ଗର ଲୋକଙ୍କ ଟିକା ଦେବା ଲାଗି ଜାରି ରହିଛି ପ୍ରୟାସ । ତେବେ ଖୁବଶୀଘ୍ର ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଟିକାକରଣ କରାଯାଇପାରେ । ତେବେ ଏହି ଟିକାକରଣ ଲାଗି ଅନୁମତି ମାଗିଛି ଜାଇଡସ୍ କାଡିଲା । ଡିସିଜିଆଇକୁ ଜରୁରୀକାଳିନ ଅନୁମତି ମାଗିଲା ଜାଇଡସ୍ କାଡିଲା । ଜାଇସର ଜାଇକୋଭ-ଡି ଟିକା ଶିଶୁଙ୍କ ପାଖରେ ଟ୍ରାଏଲ କରାଯାଇଛି । ଦେଶର ୫୦ଟି ବଡ଼ କ୍ଲିନିକାଲ ସେଣ୍ଟରରେ ଏହି ଟିକାର ଟ୍ରାଏଲ କରାଯାଇଛି । ଏଣୁ ଏହି ଟିକା ୧୨ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ କରାଯିବା ନେଇ ଅନୁମତି ମାଗିଛି ।