Odia News Portal

ଆଜି ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ଭୁବନେଶ୍ୱର । ବର୍ଷା ଛାଡ଼ିବାର ନାଁ ଧରୁନି । ସବୁଠି ଖାଲି ପାଣି ପାଣି । ପ୍ରାଣୀ ଉଦ୍ୟାନ ନ୍ଦନକାନନରେ ପାଣି ଭରି ରହିଛି । ନନ୍ଦନକାନନର ୪ଟି ସଫାରୀ ସମେତ ବୋଟିଂକୁ ବି ବନ୍ଦ କରିଦିଆଯାଇଛି ।ପର୍ୟ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଜି ଏହାକୁ ବନ୍ଦ କରିବା ନେଇ ନିଷ୍ପତି ନିଆଯାଇଛି । ତେବେ ଲଗାଇ ବର୍ଷା କାରଣରୁ କୌଣସି ଜୀବଜନ୍ତୁଙ୍କର କୌଣସି ପ୍ରକାର ହାନି ହୋଇନାହିଁ । ସେମାନେ ସମସ୍ତେ ସୁରକ୍ଷିତ ରହିଛନ୍ତି । ଏନେଇ ନନ୍ଦନକାନନର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।