Odia News Portal

ଭିଜିଲାନ୍ସ ଚଢ଼ଉ: ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ହେଲେ ଗିରଫ

ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଗିରଫ ହେବା ଖବର ସାମ୍ନାକୁ ଆସିଛି । ଭିଜିଲାନ୍ସ ଚଢଉ ସମୟରେ ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରାଙ୍କୁ ଗିରଫ କରାଯାଇଛି । ପ୍ରକୃତ ଆୟଠାରୁ ୩୩୩ପ୍ରତିଶତ ଅଧିକ ସଂପତି ମହଜୁଦ ପାଇଁ ଗିରଫ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆୟବର୍ହିଭୂତ ସଂପତ୍ତି ଠୁଳ କରିବା କଥା ଭିଜିଲାନ୍ସକୁ ଗୋପନୀୟ ସୂଚନା ମିଳିଥିଲା । ଏହାପରେ ସଞ୍ଜୟଙ୍କ ଅଫିସ ସମେତ ରହୁଥିବା ଘରେ ଭିଜିଲାନ୍ସ ଟିମ ଚଢଉ କରିଥିଲା । ଏହାପରେ ଦୁଇଟି ବହୁତଳ କୋଠା, ୨ଟି ପ୍ଲଟ, ୧.୬୭ କୋଟିର ଜମା ଟଙ୍କାକୁ ଠାବ କରାଯାଇଛି । ପିଲାମାନଙ୍କ ମେଡିକାଲ ପାଠ ପଢା ପାଇଁ ୮୧.୮୧ ଲକ୍ଷ ଖର୍ଚ୍ଚ କରିଥିବା ସୂଚନା ମିଳିଛି ।

ଏହାପୂର୍ବରୁ, ଭୁବନେଶ୍ୱରର ଜଣେ ବ୍ୟକ୍ତି ନିଜ ନୂଆ ବାସଭବନକୁ ବିଦ୍ୟୁତ୍ ସଂଯୋଗ ନେବା ପାଇଁ ନୂଆପଲ୍ଲୀ ସ୍ଥିତି ବିଦ୍ୟୁତ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଭୁବନେଶ୍ୱର ନୟାପଲ୍ଲୀର ବିଦ୍ୟୁତ୍ ବିଭାଗର କର୍ମଚାରୀ ଶୈଳଯା ମୁଦୁଲି ଏବଂ ତରୁଣ ରଞ୍ଜନ ନାୟକ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କେବଳ ସେତିକି ନୁହେଁ ଫେନ୍ ପେ ବା ଡିଜିଟାଲ ମାଧ୍ୟମରେ ଲାଞ୍ଚ ଟଙ୍କା ଦେବାକୁ କହିଥିଲେ । କିଛି ଉପାୟ ନ ପାଇ ବ୍ୟକ୍ତି ଜଣଙ୍କ ଫୋନ୍ ପେ ମାଧ୍ୟମରେ ଲାଞ୍ଚ ଟଙ୍କା ପାଠାଇଥିଲେ ସତ ହେଲେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ସାହାଯ୍ୟ ମାଗିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା।ଲାଞ୍ଚ ଟଙ୍କା ପଠାଇବା ପରେ ଭିଜିଲାନ୍ସ ଅଧିକାରୀ ସଂମ୍ପୃକ୍ତ ଦୁଇ ଜଣଙ୍କ ଉପରେ ଚଢଉ କରିଥିଲେ । ଏହି ମାମଲାରେ ଭିଜିଲାନ୍ସ ଉଭୟଙ୍କୁ ପଚରାଉଚରା କହିବା ସହ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।