Odia News Portal

ଖଣ୍ଡାଧାରରେ ୱାଙ୍ଖଡେଙ୍କ ପଦବୀ

ଆରୟନ ଖାନ ଡ୍ରଗ୍ସ ମାମଲାରେ ଯାଞ୍ଚ କରୁଥିବା ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଉପରେ ବିପଦ ଘନେଇଆସୁଛି । ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ତାଙ୍କୁ ଧମକ ଦେଇଥିବାବେଳେ ଏବେ ସାକ୍ଷୀର ବୟାନ ତାଙ୍କ ଚିନ୍ତା ବଢାଇଦେଇଛି । ଏହାକୁ ନେଇ ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଛି ଭିଜିଲାନ୍ସ । ଆଗକୁ ସମୀର ନିଜ ପଦରେ ରହିବେ କି ନାହିଁ ଏନେଇ ଆଶଙ୍କା ସୃଷ୍ଟି ହୋଇଛି ।

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆରୟନ ଖାନଙ୍କ ବିରୋଧରେ ଯାଞ୍ଚ ଜାରି ରଖିଥିବା ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଉପରେ ବିପଦର ବାଦଲ । ଯାଂଚ କରୁଥିବା ଏହି ଅଧିକାରୀ ଏବେ ନିଜେ ଯାଞ୍ଚର ଗଡା ଭିତରେ । ତାଙ୍କ ବିରୋଧରେ ଆରମ୍ଭ ହୋଇଛି ଭିଜିଲାନ୍ସ ବିଭାଗୀୟ ତଦନ୍ତ । ଏନସିବିର ଡେପୁଟି ଡାଇରେକ୍ଟର ଜେନେରାଲ ଜ୍ଞାନେଶ୍ୱର ସିଂହଙ୍କ ସୂଚନା ମୁତାବକ, ସମୀରଙ୍କ ଉପରେ ଲାଗିଥିବା ଲାଂଚ ଅଭିଯୋଗର ଭିଜିଲାନ୍ସ ତଦନ୍ତ ହେଉଛି । ଲାଂଚ ଅଭିଯୋଗକୁ ନେଇ ୱାଙ୍ଖଡେ ନିଜ ପଦବୀରେ ରହିବେ କି ନାହିଁ ବୋଲି ପ୍ରଶ୍ନ କରିବାରୁ କିଛି କହିବାକୁ ମନା କରିଦେଇଥିଲେ ଜ୍ଞାନେଶ୍ୱର ସିଂହ ।