Odia News Portal

ସ୍ୱାମୀଙ୍କ ବର୍ବର କାଣ୍ଡ, ସ୍ତ୍ରୀଙ୍କ ହାତରେ ଗଲା ପ୍ରାଣ

ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି | ତେବେ ହତ୍ୟା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ହତ୍ୟା ପଛର କାରଣ ବାବଦରେ ମହିଳା ଜଣକ କହିଥଲେ ଯେ ତାଙ୍କ ସ୍ୱାମୀ ନିଜ ଝିଅକୁ ଦୁଷ୍କର୍ମ କରିବାକୁ ଚାଁହୁଥିଲେ | ଯେତେବେଳେ ପତ୍ନୀ ଜଣକ ଏହାକୁ ବିରୋଧ କରିଥିଲେ, ତାଙ୍କ ସ୍ୱାମୀ ତାଙ୍କୁ ମାଡ ମାରୁଥିଲେ। ସେ ନିଜ ଝିଅକୁ ନିଜ ସ୍ୱାମୀଙ୍କ କବଳରୁ ରକ୍ଷା କରିବା ପାଇଁ ପ୍ରତିଶୋଧ ନେଇଥିଲେ । ମିଳିଥିବା ସୂଚନା ମୁତାବକ ମନୋହର (ଛଦ୍ମନାମ) ଜଣେ ଦିନମଜୁରିଆ ହୋଇଥିବାବେଳେ ପ୍ରତିଦିନ ମଦ୍ୟପାନ କରୁଥିଲେ । ସେ ପ୍ରାୟତଃ ମଦ୍ୟପାନ କରି ତାଙ୍କୁ ଏବଂ ପିଲାମାନଙ୍କୁ ପିଟୁଥିଲେ। ମହିଳା ଅଭିଯୋଗ କରିଛନ୍ତି ଯେ ଗତକାଲି ମଧ୍ୟ ମନୋହର ମଦ୍ୟପାନ କରି ଘରକୁ ଆସି ତାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ସେ ନିଜ ଝିଅର ପୋଷାକ ଚିରିଦେଇଥିଲେ ଓ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ।

ଏହାର ପ୍ରତିବାଦ କରିବାରୁ ମଦ୍ୟପ ମନୋହର ତାଙ୍କ ପତ୍ନୀଙ୍କୁ ବାଡିରେ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ ମହିଳା ଜଣକ ବାଡ଼ିଟିକୁ ଛଡ଼ାଇ ନେଇ ଆକ୍ରମଣ କରିଥିଲେ। ଆଉ ଏଥିରେ ମନୋହରଙ୍କର ମୃତ୍ୟୁ ହୋଇଯାଇଥିଲା | ଏହା ପରେ ମହିଳା ଜଣକ ରାତିସାରା ସ୍ୱାମୀଙ୍କ ମୃତଦେହ ନିକଟରେ ହିଁ ବସି ରହିଥିଲେ। ସକାଳେ ଲୋକମାନେ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ମହିଳାଙ୍କୁ ଗିରଫ କରିଥିଲା। ପୁଲିସ କହିଛି ଯେ ମଦ୍ୟପାନ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା। ଗତକାଲି ରାତିରେ ସମାନ ପ୍ରସଙ୍ଗକୁ ନେଇ ଝଗଡା ହୋଇଥିଲା, ଆଉ ପତ୍ନୀଙ୍କ ଆକ୍ରମଣରେ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା |