Odia News Portal

ଭୁବନେଶ୍ୱରରେ ୭ଟି ମଦ ଦୋକାନ ସିଲ୍‌

ଭୁବନେଶ୍ୱର: କୋଭିଡ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ରାଜଧାନୀରେ ୭ଟି ମଦ ଦୋକାଲ ସିଲ କରିଛି ବିଏମସି । ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସହିଦ ନଗର, ବାପୁଜୀ ନଗର, ଡମଣା, ରସୁଲଗଡ଼ ଓ କେୟାର ହସ୍ପିଟାଲ ଛକରେ ଥିବା ମଦ ଦୋକାନ ସିଲ୍ କରିଛି ବିଏମସି । କରୋନା ସମୟରେ ଏମାନେ ଗହଳି କରୁଥିବା ଅଭିଯୋଗ ହୋଇଥିଲା । ସେପଟେ ଅନଲାଇନ ବଦଳରେ ଏମାନେ ଦୋକାନ ଖୋଲି ବେପାର କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହାପରେ ଆକ୍ସନ ମୁଡରେ ଆସି ଚଢ଼ାଉ କରିଛି ବିଏମସି ।