Odia News Portal

ମୋଦୀଙ୍କୁ ଭେଟିଲେ ଜେଲେନସ୍କି

ଜାପାନରେ ମୋଦୀଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି । ଭୋଲଦମିର ଜେଲେନସ୍କି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ହିରୋସୀମାରେ ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଋଷ- ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ଉଭୟ ଦେଶର ନେତା ଭେଟଘାଟ ହୋଇଛନ୍ତି ।

ଏହି ବୈଠକ ବେଳେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ଜି-୭ ବୈଠକ ପାଇଁ ଜାପାନର ନିମନ୍ତ୍ରଣ ପରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନ୍ସ୍କି । ଏହି ବୈଠକ ଅବସରରେ ଅନ୍ୟ ବିଶ୍ୱ ନେତାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ମୋଦୀ । ତେବେ ୟୁକ୍ରେନ-ରୁଷିଆ ଯୁଦ୍ଧ ପରେ ଜି-୭ବୈଠକରେ ଜେଲେନ୍ସ୍କି ଓ ମୋଦୀଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ ମଧ୍ୟ ପୂର୍ବରୁ ମୋଦୀ ଅନେକ ଥର ଫୋନ ଯୋଗେ ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ ପୂର୍ବରୁ ଫୋନରେ କଥା ହୋଇଥିଲେ ମୋଦୀ ।