Odia News Portal

କୌଣସି ଚାପରେ ପାକିସ୍ତାନ ମୁଣ୍ଡ ନୁଆଁଇବ ନାହିଁ: ଇମ୍ରାନ ଖାଁ

ଲାହୋର: ସବୁବେଳେ ନିଜର ମନ୍ତବ୍ୟ ଲାଗି ଚର୍ଚ୍ଚାରେ ରହିଥାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଏବେ ପୁଣି ଏକ ବିବୃତି ଲାଗି ସେ ପୁଣିଥରେ ଚର୍ଚ୍ଚା ପରିସର ଭିତରକୁ ଆସିଛନ୍ତି । ଭାରତ ସହିତ ଶତ୍ରୁତା ଏବଂ ଚୀନ ସହିତ ନିବିଡ ସଂପର୍କ ବଢାଇ ଚାଲିଥିବା ପାକିସ୍ତାନକୁ ନେଇ ଆମେରିକା କ୍ଷୁବ୍ଧ । କେବଳ ଆମେରିକା ନୁହେଁ, ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ପାକିସ୍ତାନ ଓ ଚୀନ ମଧ୍ୟରେ ସୁସଂପର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚୀନ ସହିତ ସଂପର୍କ ହ୍ରାସ କରିବାକୁ ସେମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି । ଏକଥା ନିଜେ ଇମ୍ରାନ ସ୍ୱୀକାର କରିଛନ୍ତି ।

କିନ୍ତୁ ଇମ୍ରାନ ଖାଁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଚୀନ ସହିତ ପାକିସ୍ତାନର ସଂପର୍କ ଦୀର୍ଘ ୭୦ ବର୍ଷର । ସେ କଦାପି ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଚାପ ଆଗରେ ମୁଣ୍ଡ ନୁଆଇବେ ନାହିଁ । ଭଲ ସମୟରେ ସମସ୍ତେ ଜଣକ ସହିତ ରହିବେ । କିନ୍ତୁ ଯିଏ ଜଟିଳ ସମୟରେ, ଦୁର୍ଦ୍ଦିନରେ, କଠିନ ସମୟରେ ରହିଛି ତାଙ୍କୁ ମନେରଖିବାକୁ ହେବ । ସେଥିପାଇଁ ପାକିସ୍ତାନ ଜନସାଧାରଣଙ୍କ ମନରେ ଚାଇନା ଲୋକଙ୍କ ପ୍ରତି ସ୍ୱତନ୍ତ୍ର ଭଲପାଇବା ରହିଛି ।