Odia News Portal

ପୁଣି ବଢିଲା ତୈଳ ଦର

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ । ଗତ ୧୦ ଦିନରେ ନବମ ଥର ପାଇଁ ବଢ଼ିଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ୍ ୮୦ ପଇସାରୁ ଅଧିକ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୦୧.୮୧ ଓ ଡିଜେଲ୍ ୯୩.୦୭ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ୧୧୬.୭୨ ଓ ଡିଜେଲ୍ ୧୦୦.୯୪ ଟଙ୍କା,…

ବିଧାନସଭା ଅଧିବେଶନର ଶେଷ ଦିନରେ ଆଜି ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ

ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ । ଶେଷ ଦିନରେ ଆଜି ଗୃହରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଗତକାଲି ଏପ୍ରିଲ ମାସରୁ ଜୁଲାଇ ପର୍ଯ୍ୟନ୍ତ ପାଇଁ ୧ ଲକ୍ଷ ୬ ହଜାର ୪୯୮ କୋଟି କାମଚଳା ବଜେଟ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଜି ଏହାକୁ ବିଧାନସଭାରେ ପାରିତ କରାଯିବ ।…

ମାନସ ହତ୍ୟା ମାମଲା : ସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସିନ୍ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କ୍ରାଇମ ସ୍ପଟକୁ ନେବ ପୋଲିସ । ସେମାନଙ୍କୁ ଭୁବନେଶ୍ୱର ସୁନ୍ଦରପଦା ଅଂଚଳରେ ଦୟାଲ ଆଶ୍ରମ ଏବଂ ନୟାଗଡ଼ ବିଧିପାଟଣା…

ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ

ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ । ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ । ୟୁକ୍ରେନ୍‌ ସହ ଯୁଦ୍ଧ ଭିତରେ ରୁଷ୍‌ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱ ରଖୁଛି । ଲାଭରୋଭ ଏବେ ଚୀନରେ ଅଛନ୍ତି । ଚୀନ୍‌ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ…

ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡିଶା ୧ ନମ୍ବର ରାଜ୍ୟ

ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡିଶା ୧ ନମ୍ବର ରାଜ୍ୟ ହୋଇଛି ଓ ବାଇଗଣରେ ଦୁଇ ନମ୍ବରରେ ରହିଛି । ସେହିପରି ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡିଶା ଚତୁର୍ଥ ସ୍ଥାନରେ ରହିଛି । ବିଦେଶକୁ ୭୦୦ ମେଟ୍ରିକ ଟନ ଚାଉଳ ପଠା ଯାଉଥିବା ବେଳେ ଆଗକୁ ୧ ହଜାର ମେଟ୍ରିକ ଟନ ଚାଉଳ ପଠାଇବାକୁ ଲକ୍ଷ୍ୟ…

ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ଏପ୍ରିଲ ୨ରୁ ସବୁ ସ୍କୁଲ ସକାଳୁଆ ଚାଲିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ । ସେହିଭଳି ସକାଳ ୭ଟାରୁ ଦିନ ୧୧ଟା ଯାଏଁ ନବମ ଏବଂ ଦଶମ…

ୟୁକ୍ରେନ ଛାଡ଼ିଲେଣି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ

ରୁଷର ପରଠାରୁ ୪୦ ଅଧିକ ଲୋକ ୟୁକ୍ରେନ ଛାଡ଼ଛନ୍ତି । ବୋଲି ଜାତିସଂଘର ଶରଣାର୍ଥୀ ଏଜେନ୍ସି ଏହି ତଥ୍ୟ ଜାରି କରିଛି ।ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏହା ୟୁରୋପରେ ସବୁଠାରୁ ବଡ ଶରଣାର୍ଥୀ ସଙ୍କଟ ବୋଲି ଏଜେନ୍ସି କହିଛି। ମିଳିତ ଜାତିସଂଘର ଶରଣାର୍ଥୀ ହାଇ କମିଶନର ବୁଧବାର ଏକ ୱେବସାଇଟରେ…

କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛି ବିଜେପି

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ସିସୋଦିଆ କହିଛନ୍ତି ଯେ ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛି। ସେ କହିଛନ୍ତି- ଆଜି ପୋଲିସର ଉପସ୍ଥିତିରେ ବିଜେପି ଗୁଣ୍ଡାମାନେ ମୁଖ୍ୟମନ୍ତ୍ରୀ…

1.10 ଲକ୍ଷ କୋଟି ଟଙ୍କାର ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ

2022-23 ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର 9 ରୁ ସାଢେ 9 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଜାତୀୟ ଅଭିବୃଦ୍ଧି ହାର 7.8 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିବା ବେଳେ ରାଜ୍ୟ ଅଭିବୃଦ୍ଧି ହାର ଅଧିକ ଆକଳନ କରାଯାଇଛି । ଆଜି ବିଧାନସଭାରେ କାମଚଳା ବଜେଟ ଆଗତ କରି ଅର୍ଥମନ୍ତ୍ରୀ…

ମିକାଙ୍କ ସ୍ୱୟଂବର

ସଂଙ୍ଗୀତ ଦୁନିଆର ପରିଚିତ ଚେହେରା ମିକା ସିଂ ହାତକୁ ଦିହାତ ହେବାକୁ ଯାଉଛନ୍ତି । ସଂଙ୍ଗୀତ ପ୍ରେମୀଙ୍କୁ ଶେଷ ଦୁଇ ଦଶନ୍ଧି ଧରି ଚାର୍ଟବଷ୍ଟରରେ ସୁନ୍ଦର ସୁନ୍ଦର ଗୀତ ଶୁଣାଇଥିବା ମିକା ସର୍ବଦା ବାହାଘର ଠାରୁ ଦୂରେଇ ରହୁଥିଲେ । ସାୱନ ମେ ଲଗ ଗଇ ଆଗ୍ ନାମକ ଏକ ଟିଭି ଶୋର ସ୍ୱୟଂବର ମିକା ଦି…