Odia News Portal

ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର: ମମିତା ହତ୍ୟା ମାମଲା ଓ ମନ୍ତ୍ରୀଙ୍କ ବିବୃତି ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ବିରୋଧୀ ଘଟଣାର ରାଜନୀତିକରଣ କରୁଛନ୍ତି ବୋଲି କହିଛନ୍ତି ପ୍ରତାପ ଜେନା । ମନ୍ତ୍ରୀ କହିଛନ୍ତି ଯଦି କିଛି ତଥ୍ୟ ଅଛି କୋର୍ଟ, ପୋଲିସରେ ଦିଅନ୍ତୁ । ସେମାନେ ସେଥିରେ ସନ୍ତୁଷ୍ଟ ନୁହଁନ୍ତି ।

ଆସନ୍ତାକାଲି ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜେଡି

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ତେବେ କେବଳ ତୈଳ ଦର କାହିଁକି ଅନ୍ୟ ସାମଗ୍ରୀ ମଧ୍ୟ ଅହେତୁକ ଭାବେ ବଢ଼ିବାରେ ଲାଗିଛି । ଯାହାକି ସିଧା ସଳଖ ମଧ୍ୟବିତ୍ତଙ୍କ ଉପରେ ପଡ଼ୁଛି ପ୍ରଭାବ । ହାଣ୍ଡିଶାଳରେ ଏବେ ମହଙ୍ଗା ମାଡ଼ ହୋଇଛି । ତେବେ ବାରମ୍ବାର ପ୍ରତିବାଦ ସତ୍ତେ୍ୱ ଏଦିଗରେ

ବିଜେପି ସରକାରର ଆର୍ଥିକ ପରିଚାଳନା ଠିକ ଭାବେ ହେଉନି: ବିଜେଡି

ଭୁବନେଶ୍ୱର: ବିଜେପି ସରକାଙ୍କ ଉପରେ ବର୍ଷିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନା ଠିକ ଭାବେ ହେଉ ନଥିବା କୁହାଯାଇଛି । ଦର ବୃଦ୍ଧି ଯନ୍ତ୍ରଣାଦାୟକ,

ଆଜି ପୁଣି ବଢ଼ିଲା ତୈଳ ଦର, ଜାଣନ୍ତୁ କେଉଁଠି କେତେ ଟଙ୍କା

ନୂଆଦିଲ୍ଲୀ: ଦେଶରେ ତୈଳଦର ବେଲଗାମ ହୋଇପଡିଛି। ଆଜି କ୍ରମାଗତ ଚତୁର୍ଥ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଆଜି ବି ପେଟ୍ରୋଲ ଏବଂ ଡିଜେଲ ୩୫-୩୫ ପଇସା ମହଙ୍ଗା ହୋଇଛି। ଆଜି ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲ ମୂଲ୍ୟ ୧୦୮.୯୯ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ମୂଲ୍ୟ

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୩୧୩ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହି ସମୟ ମଧ୍ୟରେ ୧୩,୫୪୩ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶର କରୋନାରୁ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩.୩୬ କୋଟି ଅତିକ୍ରମ କରିଛି। ସୁସ୍ଥ ହାର ୯୮.୧୯ ପ୍ରତିଶତକୁ ବୃଦ୍ଧି ପାଇଛି | କେରଳରେ

ଜେଲରୁ ବାହାରିଲେ ଆର୍ୟନ

ମୁମ୍ବାଇ: ଶେଷରେ ଜେଲରୁ ମୁକୁଳିଛନ୍ତି ଆର୍ୟନ ଖାନ । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ରହିଥିଲେ । କଡା ସୁରକ୍ଷାବଳୟ ଭିତରେ ମୁମ୍ବାଇର ଆର୍ଥର ରୋଡ ଜେଲରୁ ୨୭ ଦିନ ପରେ ମୁକୁଳିଛନ୍ତି ଶାହାରୁଖଙ୍କ ପୁଅ ଆରୟନ । ଜେଲ ଆଗରେ ଲୋକଙ୍କ ଗହଳି

ଟି-୨୦ ବିଶ୍ୱକପରେ ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ

ଦୁବାଇ: ଶନିବାର ସୁପର-୧୨ ରାଉଣ୍ଡ୍‌(ଗ୍ରୁପ୍‌-୧)ରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । କ୍ରିକେଟ୍‌ ଜଗତର ଦୁଇ ଶକ୍ତିଶାଳୀ ଦଳ ତଥା ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ । ପଏଣ୍ଟ ତାଲିକାରେ ଇଂଲଣ୍ଡ ଶୀର୍ଷ ସ୍ଥାନ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୪ ଶହରୁ ତଳକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୭୪ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୨୧୮ ଓ ସ୍ଥାନୀୟ ଅଂଚଳରୁ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୬୫ ଜଣ ଶିଶୁ ଓ

ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର: ମମିତା ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର । ପ୍ରେସ ବିବୃତି ଜରିଆରେ ପ୍ରଥମ ଥର ମନ୍ତ୍ରୀ ମୁହଁ ଖୋଲିଛନ୍ତି । ‘ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ମର୍ମାହତ । ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ଆଇନ ଅନୁଯାୟୀ,

ସ୍ବାଧୀକାର ଇଣ୍ଟର ସ୍କୁଲ ଖୋଖୋ ପ୍ରତିଯୋଗିତା, ଦ୍ବିତୀୟ ଦିନରେ କବିର ପବ୍ଳିକ ସ୍କୁଲ ବିଜୟୀ

ଭୁବନେଶ୍ୱର: ଦୈନିକ ଏବଂ ସାପ୍ତହିକ ଖବର କାଗଜ ତଥା ଓଡ଼ିଶାର ଅଗ୍ରଣୀ ୱେବ ଚ୍ୟାନେଲ ଭାବେ ଘରେ ଘରେ ପରିଚିତ ଥିବା ସ୍ୱାଧିକାର ନ୍ୟୁଜ୍ ପକ୍ଷରୁ ଇଣ୍ଟର ସ୍କୁଲ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜି କବିର public ସ୍କୁଲ ଓ iihm 2 ମଧ୍ୟରେ match ଅନୁଷ୍ଠିତ ହୋଇଥିଲା କବିର public