Odia News Portal

ଆଜି ଓଡିଶାରେ ପ୍ରବଳ ବର୍ଷା

୧୫ ପର୍ୟ୍ୟନ୍ତ ଓଡିଶାରେ ଜାରି ରହିବ ବର୍ଷା । ନିମ୍ନ ଚାପ ରେଖା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁଆପଥର ମାଡ଼ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୫ତାରିଖ ସକାଳ ପର୍ୟ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା

ଆଜି ଶ୍ରୀମନ୍ଦୀରରେ ପାଳିତ ହୋଇଛି ମକର ସଂକ୍ରନ୍ତି

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ମକର ନୀତି । ଆଜି ସକାଳୁ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ଆଳତି ଓ ଅବକାଶ ନୀତି ବଢିବ ପରେ ଶ୍ରୀଜିଉମାନଙ୍କ ପଟା ପହରଣ ଲାଗି କରାଯିବା ସହ ତ୍ରିମୁଣ୍ଡିରେ ମକରଚୂଳ ଲାଗି କରିବାର ପରମ୍ପରା

ଆଜି ରାଜ୍ୟରେ ୧୦ ହଜାର ୨୭୩ କରୋନା ଆକ୍ରନ୍ତ ଚିହ୍ନଟ

ଓଡିଶାରେ ୨୪ ଘଣ୍ଟାରେ ଆଉ ୧୦ହଜାର ୨୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ସଂକ୍ରମିତ ହୋଇଥିଲେ ୧୦ ହଜାର ୫୯ । ଖୋର୍ଦ୍ଧାରୁ ସର୍ବାଧିକ ୩ହଜାର ୪୯୬ ନୂଆ କେସ୍ ରହିଛି । ସେଥି ମଧ୍ୟରୁ ସଙ୍ଗରୋଧରୁ ୫୯୬୨ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୩୧୧ ଜଣ । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସ୍କ

ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ପାସପୋର୍ଟ

ଭାରତୀୟ ପାସ୍ପୋର୍ଟ ଏବେ ପୂର୍ବ ତୁଳନାରେ ଆହୁରି ଅଧିକ ଶକ୍ତିଶାଳୀ ହୋଇଯାଇଛି। ସାରା ବିଶ୍ୱରେ ଭାରତୀୟ ପାସ୍ପୋର୍ଟର ଶକ୍ତି ପୂର୍ବାପେକ୍ଷା ଆହୁରି ଅଧିକ ବଢ଼ିଯାଇଛି। ଦୁନିଆର ସବୁଠୁ ଶକ୍ତିଶାଳୀ ପାସପୋର୍ଟର ର୍ୟାଙ୍କିଂ ରେ ଭାରତୀୟ ପାସପୋର୍ଟ ଏବେ ୮୩ ତମ ସ୍ଥାନରେ ପହଞ୍ଚିଛି। ସୂଚନାଯୋଗ୍ୟ

ବିକାନେର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ଏହି ସ୍ପଷ୍ଟ

ଦୁର୍ଘଟଣାଗ୍ରସ୍ତ ବିକାନେର ଏକ୍ସପ୍ରେସ୍ । ପାଟନାରୁ ଆସାମ ଯାଉଥିବାବେଳେ ହୋଇଛି ଦୁର୍ଘଟଣାଗ୍ରସ୍ତ । ସୂଚନା ମୁତାବକ ବର୍ତ୍ତମାନ ଟ୍ରେନର ୬ଟି ବଗି ଲାଇନ୍ଚ୍ୟୁତ୍ ହୋଇଛି । ଏ ସମସ୍ତ ବଗିରେ ସାଧାରଣ ଯାତ୍ରୀ ରହିଥିଲେ । ଦୁର୍ଘଟଣା ଫଳରେ ଅଧିକାଂଶ ଯାତ୍ରୀ ମୃତାହତ ହୋଇଥିବା ଜଣା ପଡିଛି

ବିଜେଡିରେ ଯୋଗ ଦେଲେ କଂଗ୍ରସ କର୍ମୀ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକରେ ଆହୁରି ବଢୁଛି ବିଜେଡି ବଳ । ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବାସଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁଙ୍କ ସଭାପତିତ୍ବରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରେସ ଏସସି ସେଲର

କର୍ଣ୍ଣାଟକରେ କଂଗ୍ରେସ ର ପଦଯାତ୍ରା ବନ୍ଦ

କର୍ଣ୍ଣାଟକରେ କଂଗ୍ରେସ ନିଜର ପଦଯାତ୍ରା କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଆମେ ଆମର ପଦଯାତ୍ରାକୁ ସ୍ଥଗିତ ରଖୁଛୁ । ସୂଚନା ଅନୁସାରେ, ପଞ୍ଚମ ଦିନରେ ଦଳ ପଦଯାତ୍ରାକୁ ସ୍ଥଗିତ ରଖିବାକୁ

ଆନ୍ତର୍ଜାତିକ ହକିରୁ ବିଦାୟ ନେଲେ ଲିଳିମା ମିଞ୍ଜ

ଓଡିଶାର ମହିଳା ହକି ତାରକା ଲିଳିମା ମିଞ୍ଜ ଆନ୍ତର୍ଜାତିକ ହକିରୁ ଅବସର ଘୋଷଣା କରିଛନ୍ତି । ଭାରତୀୟ ମହିଳା ହକି ଦଳ ପାଇଁ ଅନେକ ବର୍ଷ ଖେଳିଆସିଥିଲେ ଲିଳିମା ମିଞ୍ଜ। ତେବେ, ସେ ଘରୋଇ ହକି ମ୍ୟାଚ ଖେଳିବା ଜାରି ରଖିବେ ବୋଲି କହିଛନ୍ତି । ଦକ୍ଷତା ଅନୁସାରେ ଓଡିଶା ହକିର ଉନ୍ନତି ପାଇଁ

ମକର ସଂକ୍ରନ୍ତିରେ ବନ୍ଦ ରହିବ ମା ତାରିଣି ପୀଠ

ଘଟଗାଁ: ମକର ସଂକ୍ରାନ୍ତିରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ତାରିଣୀ ପୀଠ । କରୋନା ସ୍ଥିତି ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମନ୍ଦିର ପ୍ରଶାସନ ଜାରି କରିଛି ନିଷେଧାଦେଶ । ନିର୍ଦ୍ଦେଶ ଅନୁଯାୟୀ ପୀଠରେ ସାଧାରଣ ଦର୍ଶନ ବନ୍ଦ ରହିବ । ମକର ସଂକ୍ରାନ୍ତି ଅବସରରେ ତାରିଣୀଙ୍କ ଦର୍ଶନ ପାଇଁ

ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ମା ଙ୍କୁ କଂଗ୍ରେସ ଦେଲା ଟିକେଟ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବିଗୁଲ ବାଜିଛି । ଦଳର ମହାସଚିବ ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ ପ୍ରାର୍ଥୀମାନଙ୍କ ସୂଚନା ଜାରି କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଆମ ତାଲିକାରେ ଯେଉଁ ମହିଳାମାନେ ଅଛନ୍ତି, ସେମାନଙ୍କ