Odia News Portal

ପୁଣି ଜଳେଶ୍ୱରରୁ ଉଦ୍ଧାର ହେଲା ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର

ବାଲେଶ୍ୱର: ନିଶା କାରବାରର ପେନ୍ଥସ୍ଥଳୀ ପାଲଟିଛି ଜଳେଶ୍ୱର । ପ୍ରତିଦିନ ଏଠାରୁ ଧରା ପଡ଼ୁଛନ୍ତି ନିଶା ବେପାରୀ । ପୁଣି ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଦୁଇଟି ଅଲଗା ଅଲଗା ଜାଗାରୁ ଚଢାଉ କରି ପୁଲିସ ଓ ଅବକାରୀ ବିଭାଗ ଏହି ବ୍ରାଉନସୁଗାର ଜବତ

ଦିଲ୍ଲୀରେ ଖୋଲିଲା ଧାର୍ମିକ ସ୍ଥଳ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଆଜିଠାରୁ ସବୁ ଧାର୍ମିକ ସ୍ଥଳ ଖୋଲିବ । କାଭିଡ୍ ନିୟମ ପାଳନ ପୂର୍ବକ ଭକ୍ତଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିବ। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଦିଲ୍ଲୀ ସରକାର ଧାର୍ମିକ ସ୍ଥଳରେ ଭକ୍ତଙ୍କ ପ୍ରବେଶ ଉପରେ ଥିବା କଟକଣା କୋହଳ କରିଛନ୍ତି । ତେବେ ଲୋକଙ୍କୁ

୩୦ ଅକ୍ଟୋବର ଯାଏଁ ବଢିଲା ଡିଏଲ ଏବଂ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଅବଧି

କଟକ : କରୋନା ପାଇଁ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌), ଲର୍ଣ୍ଣିଂ ଲାଇସେନ୍ସ(ଏଲ୍‌ଏଲ୍‌), ଗାଡିର ପଞ୍ଜିକରଣ ସାର୍ଟିଫିକେଟ୍‌, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ର ବୈଧତାକୁ ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ପୁନର୍ବାର ବୃଦ୍ଧି କରାଯାଇଛି । କେନ୍ଦ୍ର

ଇକ୍‌ମୋ ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରେ ଆଉ ଜଣଙ୍କର ମୃତ୍ୟୁ

କଟକ : ଏସ୍‌ସିବି ମେଡିକାଲର ଇକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହୃଦ୍‌ଘାତରେ ଶିକାର ହେବା ପରେ ଇକ୍‌ମୋ ୟୁନିଟ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ସକାଳେ ତାଙ୍କର ମୃତ୍ୟୁ ଘଟିଛି। ସେ ଏସସିବିର ନ୍ୟୁରୋଲୋଜି ବିଭାଗର ଏଚ୍‌ଓଡି

ପ୍ରେମିକାକୁ ଗର୍ଭବତୀ କରି ଛୁ ମାରିଲା ପ୍ରେମିକ

ଭୁବନେଶ୍ୱର: ଧୋକା । ପ୍ରେମିକାର ବିଶ୍ୱାସରେ ବିଷ ଦେଲା ପ୍ରେମିକ । ପ୍ରଥମେ ମିଠା ମିଠା କଥା କହିଲା । ଆଉ ପରେ ବିଶ୍ୱାସ ଜନ୍ମାଇବା ପରେ ବିବାହ କରିବାର ପ୍ରତିଶ୍ରୃତି ଦେଇ ପ୍ରେମିକା ସହ ରଖିଥିଲା ଶାରିରୀକ ସମ୍ପର୍କ । ଶେଷରେ ବିବାହ କଥା କହିବା ପରେ ପ୍ରେମିକର ମୁଣ୍ଡକୁ ପିତ ଚଢ଼ିଯାଇଛି ।

ପାର୍ବଣକୁ ଦୃଷ୍ଟିରେ ରଖି ଏମିତି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ପାର୍ବଣ ବେଳେ ଭିଡ ହେଲେ ସଂକ୍ରମଣର ଆଶଙ୍କା ରହିଛି। ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହ୍ରାସ ହେଉଥିଲେ ମଧ୍ୟ ଭୟ ଯାଇନାହିଁ। ଅଧିକ ସମୟ ବାହାରେ ଏକାଠି ହେଲେ ସଂକ୍ରମଣ ବଢିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାର୍ବଣରେ ଘରୁ ବାହାରିବା ଉଚିତ ନୁହେଁ ବୋଲି ସ୍ୱାସ୍ଥ୍ୟ

ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମୀର ଦାସ

ଭୁବନେଶ୍ୱର: ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ପ୍ରାଥମିକ ଶିକ୍ଷା ତାଲିମ ବିଷୟ ବସ୍ତୁରେ ଓଡ଼ିଆ ଭାଷା ରଖିବାକୁ ଚିଠି ଲେଖିଛନ୍ତି ମନ୍ତ୍ରୀ ସମୀର ଦାସ। ପ୍ରାଥମିକ ଶିକ୍ଷକ ତାଲିମ ବିଷୟ ବସ୍ତୁରୁ ଓଡ଼ିଆ ଭାଷାକୁ ବାଦ ଦିଆଯାଇଛି । ପୁର୍ନବାର

ସିମଲାରେ ବର୍ଷା ତାଣ୍ଡବ, ଭୁଶୁଡ଼ିଲା ୮ ତାଲା କୋଠା

ନୂଆଦିଲ୍ଲୀ: ବର୍ଷା ତାଣ୍ଡବ । ଭୂସ୍ଖଳନ ଲାଗି ଭୁଶୁଡ଼ିଲା କୋଠା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ପ୍ରବଳ ବର୍ଷା ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଫଳରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଖାସ୍ କରି ପାହାଡ଼ିଆ ଅଞ୍ଚଳରେ ସ୍ଥିତି ଅଧିକ ଖରାପ

ସ୍ୱଚ୍ଛ ଭାରତ ମିଶନ-୨.୦ର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ-୨.୦ର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଯୋଜନା ଅଧିନରେ ସବୁ ସହରକୁ ଶୁଦ୍ଧ ପାନୀୟଜଳ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ସହରଗୁଡ଼ିକୁ ଆବର୍ଜନା ମୁକ୍ତ କରିବାକୁ ପ୍ରାଥମିକତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦୀ

ଅକ୍ଟୋବର ୪ରୁ ମିଳିବ ମାଟ୍ରିକ ସାର୍ଟିଫିକେଟ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ଅକ୍ଟୋବର ୪ ତାରିଖଠାରୁ ଚଳିତବର୍ଷ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ପ୍ରଦାନ କରାଯିବ । ରାଜ୍ୟରେ ବୋର୍ଡ ପକ୍ଷରୁ ୩୦ଟି କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। ସମସ୍ତ ସ୍କୁଲଗୁଡିକର ମୁଖ୍ୟମାନେ ଆବଶ୍ୟକୀୟ