Odia News Portal

ପୁଣି ଜିଲ୍ଲାକୁ ଫେରିଲା କଣ୍ଟେନମେଣ୍ଟ

ଭଦ୍ରକ: ଭଦ୍ରକ ବ୍ଲକ ଚରମ୍ପା ଏରେଇଁ ପଞ୍ଚାୟତ ଧଳସାହିରେ କୋରନା ପଜିଟିଭ୍ ଚିହ୍ନଟ ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ | ଘର ଘର ସର୍ଭିଲାନ୍ସ ସହ ଚିଲିଛି ଟ୍ରେସିଂ ଓ ଟେଷ୍ଟିଂ |

ରାୟପୁରରେ ୧୦ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ୍

ଛତିଶଗଡ: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଡା ନିଷ୍ପତି ନେଇଛନ୍ତି ଛତିଶଗଡ଼ ସରକାର । ରାୟପୁରରେ ୧୦ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ୍ ଲଗାଇଛନ୍ତି ରାଜ୍ୟ ସରକାର ।ତେବେ ଲକଡାଉନ୍ ଏପ୍ରିଲ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ ।୯ ତାରିଖ ସନ୍ଧ୍ୟା ୬ରୁ ୧୯ ତାରିଖ ସକାଳ ୬ଟା…

ଶ୍ରୀମନ୍ଦିରରେ ମରାମତି ଯାଞ୍ଚ କଲେ ଏଏସଆଇ

ପୁରୀ : ଏଏସଆଇର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାରଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ଆଜି ପୁରୀ ଶ୍ରୀମନ୍ଦିର ଯାଇ ମରାମତି କାର୍ଯ୍ୟ ଯାଞ୍ଚ କରିଛନ୍ତି । ମନ୍ଦିରରୁ ଖସିଥିବା ହିରଣ୍ୟକସ୍ୟପ ମୂର୍ତ୍ତି ମରାମତି ଓ ପୁନଃ ସ୍ଥାପନା କରାଯିବ ବୋଲି କହିଛନ୍ତି ଟିମର ସଦସ୍ୟ ।…

ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରୁଛନ୍ତି ଏଡିଜି ଜଶବନ୍ତ ଜେଠୱା

ପିପିଲି: ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ପାଇଁ ପୁଲିସ ଏଡିଜି ଜଶବନ୍ତ ଜେଠୱା ଓ ପୁରୀ ଏସପି କନଓ୍ବର ବଲଓ୍ବନ୍ତ ସିଂ ପହଞ୍ଚିଛନ୍ତି । ଆସନ୍ତା ପିପିଲି ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାସହ ଭୋଟ ଦାନ ପାଇଁ ଚାଲିଛି ସମୀକ୍ଷା ।ପିପିଲି- ଡେଲାଙ୍ଗ ନିର୍ବାଚନ…

କମ୍ବିଂ ବେଳେ ଛତ୍ରଭଙ୍ଗ ଦେଲେ ମାଓବାଦୀ

କନ୍ଧମାଳ : ଛତିଶଗଡ଼ରେ ମାଓ ହମଲା ପରେ ଓଡ଼ିଶା ପାଇଁ ସତର୍କଘଣ୍ଟି ସଦୃଶ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାବାହିନୀ ପକ୍ଷରୁ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି । ଆଜି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା  ଅନ୍ତର୍ଗତ କୋଲାମପଡା ଗାଁ ନିକଟ ଜଙ୍ଗଲରେ ଏସଓଜି ଓ ଡିଭିଏଫର ମିଳିତ କମ୍ବିଂ ।…

ମାଓ ସଙ୍ଗଠନ ଜାରି କଲା ଯବାନଙ୍କ ଫଟୋ

ମାଲକାନଗିରି : ବିଜାପୁର ଟେକେଲଗୁଡା ଏନକାଉଣ୍ଟରରେ ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ କୋବ୍ରା ଯବାନ ରାଜେଶ୍ୱର ସିଂ ମାନହାସ । ଏହି ଘଟଣାକୁ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । ଏପରିକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ମାମଲାରେ ପରୋକ୍ଷ ଭାବେ ସାମିଲ ହୋଇଥିଲେ…