Odia News Portal

ଭାବିନା ପଟେଲଙ୍କ ଲାଗି ୩ କୋଟି ଟଙ୍କାର ପୁରଷ୍କାର ରାଶି ଘୋଷଣା କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ । ମହିଳା ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଛନ୍ତି ଭାବିନା । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଭାବିନାଙ୍କ ଲାଗି ୩ କୋଟି ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଛନ୍ତିି । ପ୍ରଥମ ଭାରତୀୟ

ମାସ୍କ ବାଣ୍ଟିବା ସହ ଲୋକଙ୍କ ସମସ୍ୟା ବୁଝିଲେ ଦଶପଲ୍ଲା ବିଧାୟକ

ନୟାଗଡ଼: କରୋନା କାଳରେ ଲୋକଙ୍କ ପାଖକୁ ଗଲେ । ମାସ୍କ ବାଣ୍ଟିବା ସହ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ । ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶଚନ୍ଦ୍ର ବେହେରା ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତର ଘରକୁ ଘର ବୁଲି ମାସ୍କ ବାଣ୍ଟିବା

କୋରିୟରରେ ଗଞ୍ଜେଇ ଚାଲାଣ କରୁଥିଲେ, ବନ୍ଧାହେଲେ ୨ ମାଫିଆ

ଭୁବନେଶ୍ୱର: ନିଶା କାରବାରର ନୂଆ ତରିକା । ଅଭିନବ ଉପାୟରେ କୋରିୟରରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବନ୍ଧା ହେଲେ ୨ ମାଫିଆ । ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ଏହି ୨ ଗଞ୍ଜେଇ ଚାଲାଣକାରୀ । ସେମାନଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଛି । ଭିଆରଏଲ କୋରିୟର ମାଧ୍ୟମରେ ଗଞ୍ଜେଇ

ଆଜିଠୁ ୧୨ ଜିଲ୍ଲାରେ ସେରୋ ସର୍ଭେ

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟର ୧୨ ଜିଲ୍ଲାରେ ଆରମ୍ଭ ହେବ ସେରୋ ସର୍ଭେ । ଏନେଇ ସୂଚନା ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦିପ୍ତ ମହାପାତ୍ର । ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ନବରଙ୍ଗପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର ଓ କନ୍ଧମାଳ

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍ । ଜୀବନ ପରେ ଜୀବନ ନେଇ ଚାଲିଛି କିଲର ଭାଇରସ । ଦୈନିକ ମୃତ୍ୟୁସଂଖ୍ୟା ୬୦ ଉପରେ ରହିଛି । ସେହିଅନୁଯାୟୀ ଗୋଟେଦିନରେ ରାଜ୍ୟରୁ କରୋନାରେ ପୁଣି ୬୯ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାପରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭୮୩୪

ପାରା ଅଲିମ୍ପିକ୍ସ: ଭାରତକୁ ପ୍ରଥମ ପଦକ ଭେଟିଦେଲେ ଭାବିନା ପଟେଲ

ଟୋକିଓ: ପାରା ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ମିଳିଛି । ମହିଳା ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଛନ୍ତି ଭବିନା ପଟେଲ୍ । ଫାଇନାଲରେ ଭବିନା,ଚୀନ୍ ପ୍ରତିଯୋଗୀଙ୍କଠାରୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ପାରା ଅଲିମ୍ପିକ୍ସର ଟେବୁଲ ଟେନିସରେ ଏହା ହେଉଛି ଭାରତର

ଜାତୀୟ କ୍ରୀଡ଼ା ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ଭାରତର ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ । ଏହି ଅବସରରେ ସାରା ଦେଶ ପାଳୁଛି ଜାତୀୟ କ୍ରୀଡ଼ା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧ୍ୟାନଚାନ୍ଦ ନିଜର ଅପୂର୍ବ ହକି କୌଶଳରେ ଲକ୍ଷ ଲକ୍ଷ ଲୋକଙ୍କୁ ବଶୀଭୂତ କରିଥିଲେ

ଭିଜିଲାନ୍ସ ପଞ୍ଝାରେ ବିଜେପୁର ବିଡିଓ

ବରଗଡ଼: ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତ । ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବାବେଳେ ଧରିଲା ଭିଜିଲାନ୍ସ । ଗାଡ଼ିରେ ୩ ଲକ୍ଷ ୫୧ ହଜାର ୩ ଶହ ଟଙ୍କା ନେଇ ଯାଉଥିବା ବେଳେ ବିଡିଓଙ୍କୁ ଧରିଛି ଭିଜିଲାନ୍ସ । ବିନିକା ବ୍ରିଜ୍ ନିକଟରେ ଭିଜିଲାନ୍ସ ହାତରେ ସେ ଧରାପଡ଼ିଛନ୍ତି ।

ଶତାଧିକ ପରୀକ୍ଷାର୍ଥୀ RI ପରୀକ୍ଷାରୁ ବଞ୍ଚିତ

ଭୁବନେଶ୍ୱର: ଆଜି ହେଉଥିବା ଆରଆଇ ପରୀକ୍ଷାରେ ସାମ୍ନାକୁ ଆସିଛି ଏକ ବଡ଼ ବିଗ୍ରାଟ । ଶତାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ।ଆଡମିଟ୍ କାର୍ଡରେ ସରକାରୀ ମହିଳା ବିଦ୍ୟାଳୟ ଲେଖାହୋଇଥିବା ବେଳେ ଏଠାରେ ହୋଇନି ସେଣ୍ଟର । କଲେଜ ସେଣ୍ଟର ହୋଇନଥିବା କହିଛନ୍ତି ଅଧ୍ୟକ୍ଷ ।

ଗିରଫ ହେଲେ ଅଭିନେତା ବବି ମିଶ୍ର

ଭୁବନେଶ୍ୱର: ଓଡ଼ିଆ ଅଭିନେତା ବବି ମିଶ୍ରଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ସକାଳୁ ତାଙ୍କୁ ଅଟକ ରଖିଥିଲା । ଏବେ ଗିରଫ କରିଥିବା କୁହାଯାଉଛି । ଗାଡି ପାର୍କିଂକୁ ନେଇ ପଡୋଶୀଙ୍କ ସହ ଝଗଡା କରିଥିବା ବବିଙ୍କ ଲାଗି ପଡିଛି ମହଙ୍ଗା । ମଦପିଇ ପଡୋଶୀଙ୍କୁ ମାଡ଼ ଓ ଗାଳିଗୁଲଜ କରିଥିବା ନେଇ