Odia News Portal

ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରିୟା

ଟୋକିଓ: ଭାରତୀୟ କ୍ରୀଡାପ୍ରେମୀଙ୍କ ଲାଗି ଖୁସି ଖବର । ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଥିବା ବେଳେ ଏବେ ପ୍ରିୟା ମଲ୍ଲିକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତର ପ୍ରିୟା ମଲ୍ଲିକ। ବୁଲଗେରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ପ୍ରିୟା।

ଦଳୀୟ କନ୍ଦଳ ଚାପିବାକୁ ବିଜେପିର ମନଗଢା ଅଭିଯୋଗ: ବିଜେଡି

ଭୁବନେଶ୍ୱର: ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜନୀତି ପାଇଁ ସ୍ୱାସ୍ଥ୍ୟସେବାକୁ ଆଳ କରି ସରକାରଙ୍କୁ ସମାଲୋଚନା କରିବା ଉଚିତ୍‍ ନୁହେଁ । ଦଳରେ ନିଜର ହଜିଯାଉଥିବା ସ୍ଥିତିକୁ ପ୍ରାସଙ୍ଗିକ କରିବା ସହିତ ଦଳୀୟ କନ୍ଦଳକୁ ଚାପିବା ପାଇଁ ବିଜେପିର ପୂର୍ବତନ

ସ୍କୁଲ କଲେଜ ଖୋଲିବା ପୂର୍ବର ଛାତି ଧଡ଼ ଧଡ଼

ଭୁବନେଶ୍ୱର : ସୋମବାରରୁ ସ୍କୁଲ କଲେଜ ଖୋଲିବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲା ଶ୍ରେଣୀରେ ଯାଇ ପାଠ ପଢିବାକୁ ସରକାର କହିଛନ୍ତି । ଅବଶ୍ୟ ଯିଏ ନଯିବ ସିଏ ଘରେ ପୂର୍ବଭଳି ଅନ୍‌ଲାଇନରେ ପଢିବ ବୋଲି କୁହାଯାଇଛି । ତେବେ ସ୍କୁଲ କଲେଜ ଖୋଲିବା କଥା ଶୁଣି ପିଲଙ୍କ ଗୋଡ ତଳେ ଲାଗୁନଥିବାବେଳେ

ନିରାଶ କଲେ ସାନିଆ-ଅଙ୍କିତା ଯୋଡ଼ି

ଟୋକିଓ: ଟୋକିଓ ଅଲମ୍ପିକରେ ମହିଳା ଟେନିସ ଯୋଡ଼ି ନିରାଶ କରିଛନ୍ତି । ହାରିଲେ ସାନିଆ ଓ ଅଙ୍କିତା । ଭାରତ ପୁଣି ନିରାଶ । ଟୋକିଓ ଅଲିମ୍ପିକ୍ସର ମହିଳା ଟେନିସ ଡବଲରେ ଭାଗନେଇଥିବା ଭାରତୀୟ ମହିଳା ସାନିଆ ଓ ଅଙ୍କିତା ୟୁକ୍ରେନର ଏଲ. କିଚେନକ ଓ ଏନ.କିଚେନକଙ୍କ ଠାରୁ ୮-୧୦ ପଏଣ୍ଟରେ ପରାସ୍ତ

ଟୋକିଓ ଅଲମ୍ପିକ, ବିଜୟରୁ ସିଦ୍ଧୁଙ୍କ ଅଭିଯାନ ଆରମ୍ଭ

ଟୋକିଓ: ଭାରତ ଲାଗି ଖୁସି ଖବର । ବିଜୟ ଅଭିଯାନ ଆରମ୍ଭ କରିଛନ୍ତି ସିନ୍ଧୁ । ସେ ଇସ୍ରାଏଲର ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ୨୧-୭, ୨୧-୧୦ ସେଟରେ ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ସେପଟେ ଭାରତୀୟ ୧୦ ମିଟର ଏୟାର ପିସ୍ତଲ

ଆଜି ରାଜ୍ୟରେ ୧୮୩୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ସଂକ୍ରମିତ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୬୨ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭୭୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୦ ହଜାରରୁ କମି ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୬ ଶହରୁ କମ୍ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୯,୭୪୨

କେବେ କମିବ କରୋନା କାୟା, ଆଜି ୬୭ ଜୀବନ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୬୭ ଜଣକ ମୃତ୍ୟୁ ଘଟିଛି ଫଳରେ ମୋଟ ମୃତ୍ୟୁସଂଖ୍ୟା ୫୫୧୧କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝରରୁ ୧୦, ଅନୁଗୁଳରୁ ୧୦, ସୁନ୍ଦରଗଡରୁ ୬, ପୁରୀରୁ ୫, ଗଞ୍ଜାମ ଓ

ଭୁବନେଶ୍ୱରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀର ବିଭନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ । ପ୍ରଥମେ ବରମୁଣ୍ଡାରେ ଚାଲିଥିବା ଆନ୍ତର୍ଜାତୀୟ ବସ୍ ଟର୍ମିନାଲ ପ୍ରକଳ୍ପର ସମୀକ୍ଷା କରିଛନ୍ତି । କିଭଳି ଶୀଘ୍ର କାର୍ଯ୍ୟ ଶେଷ ହେବ ସେମ୍ପର୍କରେ ଆଲୋକପାତ କରିଥିଲେ

ଜାଣନ୍ତୁ ସାଇବାବାଙ୍କ ପୂଜା କରିବା ବେଳେ କାହିଁକି ପ୍ରଥମେ ଶ୍ରୀଗଣେଷଙ୍କୁ ପୂଜା କରାଯାଏ

ଭୁବନେଶ୍ୱର: ଯେତେବେଳେ ବାବା ଶିରିଡ଼ିରେ ବିଦ୍ୟମାନ ଥିଲେ, ଭକ୍ତମାନେ ଗଣେଷ, ଶିବ, ପଣ୍ଢାରିନାଥ ଆଦି ଅନ୍ୟାନ୍ୟ ଦେବଦେବୀଙ୍କ ସହ ବାବାଙ୍କ ପୂଜା କରୁଥିଲେ । ଆଉ କାହାରି ପୂଜା ନକରି କେବଳ ବାବାଙ୍କୁ ପୂଜା କରିବା ଭକ୍ତଙ୍କ ସଂଖ୍ୟା ବହୁତ ଅଳ୍ପ ଥିଲା । ଶ୍ରୀ ଗଣେଷ, ଶିବ ଓ ହନୁମାନଙ୍କୁ