Odia News Portal

ପାଭିଲିୟନ ଫେରିଲେ ବିରାଟ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତକୁ ଲାଗିଛି ଚତୁର୍ଥ ଝଟକା । ବିରାଟ କୋହଲି ଆଉଟ୍ ହୋଇ ପାଭିଲିୟନକୁ ଫେରିଛନ୍ତି । ଜେମିନସନ ତାଙ୍କୁ ଏଲବିଡ୍ଲ୍ୟୁ କରି ପାଭିଲିୟନ ପଠାଇଛନ୍ତି । ମାତ୍ର ୧୪୯ ରନରେ ଭାରତରୁ ଚତୁର୍ଥ ୱିକେଟର ପତନ ଘଟିଛି । ଉପଅଧିନାୟକ ରାହାଣେ ଓ ଋଷଭ ପନ୍ଥ…

ପରକୀୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀର ପ୍ରେମିକକୁ ହତ୍ୟା କଲା ସ୍ୱାମୀ

କଟକ: ପରକୀୟା ପ୍ରୀତି ଶେଷରେ କାଳ ହୋଇଛି । ସ୍ତ୍ରୀର ପ୍ରେମିକକୁ ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ । ସେପଟେ ସ୍ତ୍ରୀକୁ ମଧ୍ୟ ଛୁରା ମାଡ଼ କରି ଫେରାର ହୋଇଯାଇଛି ସ୍ୱାମୀ । କଟକ କଲେଜ ଛକ ଅଞ୍ଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ହେଲେ ସନାତନ ଦାଶ । ସେପଟେ ଗୁରୁତର ଭାବେ…

ରଥଯାତ୍ରା ଲାଗି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ: ଆସନ୍ତା ଜୁଲାଇ ୧୨ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ଲାଗି ଶ୍ରୀଜୀଉଙ୍କ ସମସ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଛି । ଛତିଶାନିଯୋଗ ବୈଠକରେ ଚୂଡାନ୍ତ ନୀତି ନିର୍ଘଂଟ ହୋଇଛି । ଜୁଲାଇ ୧୨ରେ ଶ୍ରୀଗୁଣ୍ଡିଚାରେ ସକାଳ ୮ଟାରେ ହେବ ରଥ ପ୍ରତିଷ୍ଠା । ୮ଟା…

ସ୍ୱାମୀ ସାଜିଲା ସଇତାନ

କେନ୍ଦ୍ରାପଡ଼ା: ହତ୍ୟାକାରୀ ସାଜିଲା ସୁରକ୍ଷାଦାତା । ସ୍ୱାମୀ ସାଜିଲା ସଇତାନ । ଚଳନ୍ତା ଟ୍ରେନରୁ ପତ୍ନୀଙ୍କୁ ଠେଲିଦେଲା ।.. . ଅନେକ ଆଶା ନେଇ ବର୍ଷେ ତଳେ ବିବାହ କରିଥିଲେ ରଶ୍ମିତା ମହାରଣା । କେନ୍ଦ୍ରାପଡା ରାଜନଗର ଥାନା ବଳରାମପୁର ଗାଁର ସୀତାକାନ୍ତ ବାଗଙ୍କ ଝିଅ ରଶ୍ମିତା ୨୦୨୦…

ଅଚିହ୍ନ। ପରିଚୟ ଦେଲା ନିଆରା ସମ୍ପର୍କର ଠିକଣା

ପୁରୀ: ପାଲବନ୍ଧା ଝୁମ୍ପୁଡି ଘର । ଘରେ ନିଜେ ରହିବାକୁ ଯାଗା ନାହିଁ । ତଥାପି ଜଣେ ହଜିଯାଇଥିବା ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ନିଜ ଘରଲୋକ ପରି ରଖିଛନ୍ତି ଜଣେ ଯୁବକ । ନାଁ ତାଙ୍କର ବିଶ୍ୱନାଥ ସାମନ୍ତରାୟ । ଘର ପୁରୀ ସହରର ବାଲି ଉପର ରାମ ଚଣ୍ଡୀ ସାହିରେ । ପେଷାରେ ବିଶ୍ୱନାଥ ଜଣେ…

ଗରୀବିରେ ମରିଗଲେ ଗରୀବ ଖାଁ

ଫୁଲବାଣୀ: ଗରୀବିରେ ମରିଗଲା ଗରୀବ ଖାଁ । ଯିଏ ଦିନେ ସମସ୍ତଙ୍କ ପାଇଁ ଘରକରଣା ତିଆରି କରି ପ୍ରଶଂସା ସାଉଁଟୁଥିଲା ସେ ମଲାଯାଏ ବି ଘର ଖଣ୍ଡେ ପାଇଲାନି । ଫୁଲବାଣୀ ଜିରିଙ୍ଗିପଡା ଗାଁ ମୁଣ୍ଡ ପାହାଡ ତଳେ ଝାଟିମାଟି ଦଦରା କୁଡିଆ କରି ରହୁଥିଲେ ଗରିବ୍ ଖାଁ । ପରିବାର କହିଲେ ୭ ପ୍ରାଣୀ କୁଟୁମ୍ବ…

୭ ହଜାର ଲିଟର କିରୋସିନ ଜବତ, ଜଣେ ଅଟକ

ଜଟଣୀ: ଧରାପଡିଲା ବିପୁଳ ପରିମାଣର ଚୋରା କିରୋସିନ । ଗୋଟିଏ ଗ୍ରାମର ଦୁଇଟି ପୃଥକ ପୃଥକ ଜାଗାରୁ ୩୨ଟି ୨୦୦ଲିଟର ଟିଣ ଡ୍ରମ ଏବଂ ୧୬ଟା ୫୦ଲିଟର ପ୍ଲାଷ୍ଟିକ ଡ୍ରମରେ ବେଆଇନ୍ ଭାବେ ସାତ ହଜାର ଲିଟର କିରୋସିନ୍ ପୋଲିସ ହାତରେ ଧରାପଡିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଟଣୀ ଥାନା ଯାଆଁଳା…

ପଢ଼ନ୍ତୁ ‘ଆଶିର୍ବାଦ’ ଯୋଜନା ଲାଗି କିପରି ଚୟନ ହେବେ ହିତାଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଆଶିର୍ବାଦ ଯୋଜନା । ବାପା ମାଙ୍କୁ ହରାଇଥିବା ଅନାଥ ଶିଶୁମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ । ଏମାନଙ୍କ ଲାଗି ସରକାର ୨୫ଶହ ଟଙ୍କା ଲେଖାଏଁ ମାସକୁ ପ୍ରଦାନ କରିବେ । ସେପଟେ ପରିବାର ମୁଖ୍ୟଙ୍କୁ ହରାଇଥିବା ଅନାଥମାନେ ମାସିକ ୧୫ ଶହ ଟଙ୍କା ଲେଖାଏଁ…

ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇ ଯୁବକ, ମୃତଦେହ ଉଦ୍ଧାର

ଯାଜପୁର: ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇ ଯୁବକ । ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ଭାସି ଯାଇଥିଲେ । ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି । ତେବେ ଉଭୟଙ୍କ ମୃତ୍ୟୁ ହୋଇଥିବା ସଦ୍ୟ ସୂଚନାରୁ ପ୍ରକାଶ । ଆଜି ସକାଳେ ଶଙ୍କରାଘାଟରେ ଗାଧୋଉଥିବା ବେଳେ ଭାସିଯାଇଥିଲେ ।…

ସୁସ୍ଥ ହେଲେଣି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ତଥା ବିଜେପିର ବରିଷ୍ଠ ନେତା ପ୍ରଦୀପ୍ତ ନାଏକ । ୩ରୁ ୪ଦିନ ମଧ୍ୟରେ ଡିସଚାର୍ଜ ହେବେ ବୋଲି ଏମ୍ସ ମେଡିକାଲ ପକ୍ଷରୁ ସୂଚନା ମିଳିଛି । ପ୍ରଦୀପ୍ତ ଏବେ ଚଲାବୁଲା କରୁଛନ୍ତି । ଏପରିକି ପରିବାର ଲୋକଙ୍କ ସହ ମଧ୍ୟ କଥା ହେଉଛନ୍ତି । ଦ୍ରୃତଗତିରେ…