Odia News Portal

ଏସଆଇଟି ହାତରେ ବଡ଼ ପ୍ରମାଣ: ଅଭିଯୁକ୍ତ ଘରୁ ମିଳିଲା ରକ୍ତ ଲଗା ଗାମୁଛା

ନୟାଗଡ଼ ଯଦୁପୁର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟି ହାତରେ ଲାଗିଛି ଆଉ ଏକ ବଡ଼ ପ୍ରମାଣ। ପରି ହତ୍ୟା ଘଟଣାରେ ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ରକ୍ତ ବାହାରିଥିଲା।ବାହାରିଥିବା ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିଲା। ତେବେ ଏସ୍ଆଇଟି ହାତରେ ଉକ୍ତ ଗାମୁଛା ଲାଗିଥିବା

ବିବାହ ବନ୍ଧନରେ ବାନ୍ଧି ହେଲେ ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା | ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ଭାରତୀୟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ମଙ୍ଗଳବାର ଦିନ ବିବାହ କରିଛନ୍ତି।ତେବେ ଏନେଇ ଚହଲ ନିଜ

ରାଜଧାନୀରେ ବ୍ରିଟେନ ଫେରନ୍ତା,ବିମାନ ବନ୍ଦରରେ ବିଏମସିର କୋଭିଡ୍ ଟେଷ୍ଟ ବ୍ୟବସ୍ଥା

ଭୁବନେଶ୍ୱରରୁ ଚିହ୍ନଟ ହେଲେ ବ୍ରିଟେନ ଫେରନ୍ତା | ଚିହ୍ନଟ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ସୂଚନା ମିଳିଛି। ବର୍ତ୍ତମାନ ଚିହ୍ନଟ ବ୍ୟକ୍ତିଙ୍କୁ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତି,ତାଙ୍କ ପରିବାର ସଦସ୍ୟ ଓ ତାଙ୍କ

କଟକରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର,ଚୋରା ଚାଲାଣ ବେଳେ ଧରିଲା ଏସଟିଏଫ ଟିମ୍

କଟକ ବିରିବାଟି ଅଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣକୁ ଗିରଫ କରିଛି ଏସଟିଏଫ ଟିମ୍ ।ଏହି ଜୀବନ୍ତ ବଜ୍ରକାପ୍ତାଟି କଟକରୁ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ ଏସଟିଏଫ ଟିମ୍ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିଛି । ସୂଚନାନୁସାରେ

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଛାତ୍ର ନେତାଙ୍କୁ ବିଜେଡି ସୁପ୍ରିମୋଙ୍କ ଗୁରୁମନ୍ତ୍ର

ଛାତ୍ର ନେତାଙ୍କୁ ବିଜେଡି ସୁପ୍ରିମୋଙ୍କ ଗୁରୁମନ୍ତ୍ର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ଛାତ୍ର ନେତାଙ୍କୁ ଆଜି ୩ ଟି ଗୁରୁମନ୍ତ୍ର ଦେଇଛନ୍ତି । ନିଜ ଭିତରେ ଥିବା ପ୍ରତିଭାର ବିକାଶ କରନ୍ତୁ। ନିଜ ପରିବାର ଓ ବାପା ମାଙ୍କ ପ୍ରତି ଦାଇତ୍ୱ ଭୁଲନ୍ତୁ ନାହିଁ। ସମାଜର ବିକାଶ ପାଇଁ କାମ

ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ପରିଚିତ ହେବ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଉଚ୍ଚଶିକ୍ଷା ବିଭାଗ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯାଇଛି। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ଓଡିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ଅନୁସାରେ

ସନ୍ନି ଲିୟୋନୀ ଆରମ୍ଭ କଲେ ବିକ୍ରମ ଭଟ୍ଟଙ୍କ ନୂଆ ୱେବ୍ ସିରିଜ୍ ର ସୁଟିଙ୍ଗ୍‌….

ବିକ୍ରମ ଭଟ୍ଟଙ୍କ ସନ୍ନି ଲିୟୋନୀ ଷ୍ଟାରର୍ ୱେବ୍ ସିରିଜ୍ ଅନାମିକା ର ସୁଟିଙ୍ଗ ଆରମ୍ଭ ହୋଇଯାଇଛି । ଅନାମିକା ୧୦ ଏପିସୋଡ ବିଶିଷ୍ଟ ୱେବ୍ ସିରିଜ୍ । ସନ୍ନି ଲିୟୋନୀ ଏଥିରେ ଆକ୍ସନ ଅବତାରରେ ନଜର ଆସିବେ । ବିକ୍ରମ ଭଟ୍ଟ ଏ ନେଇ କହିଛନ୍ତି, “ଲକ୍‌ଡାଉନ ପାଇଁ ସୁଟିଙ୍ଗ କିଛି ସମୟ ପର୍ଯ୍ୟନ୍ତ

ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ,୧୮୪୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ରାଜ୍ୟରେ ପୁଣି କରୋନା ନେଲା ଆଉ ୩ ମୁଣ୍ଡ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୩ ଜଣ କାରଣ ସଂକ୍ରମିତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୪୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ମୃତକଙ୍କ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୬୪ କରୋନା ଆକ୍ରାନ୍ତ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୪ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୧୦ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ୧୫୪ ସ୍ଥାନୀୟ ବାସିନ୍ଦା ରହିଛନ୍ତି | ଏ ସମ୍ପର୍କରେ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଜିଲ୍ଲା ସହିତ

ପରୀ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଅରୁଣ ସାହୁ

ପରୀ ମୃତ୍ୟୁ ମାମଲାକୁ ନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଆଜି ଗଣମାଧ୍ୟମ ସମ୍ମୁଖରେ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି,ପରୀ ଗୋଟିଏ ଛୋଟ ଝିଅ, ତେଣୁ ଏହି ଘଟଣାକୁ ନେଇ ରାଜନୀତି ନକରାଯାଉ । ଭଗବାନ କରନ୍ତୁ ପରୀକୁ ନ୍ୟାୟ ମିଳୁ ଓ ହତ୍ୟାକାରୀକୁ ଉଚିତ ଦଣ୍ଡ ମିଳୁ । ତେବେ