Odia News Portal

ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ତାଲା

ସମ୍ବଲପୁର : କରୋନା ଏମିତି ଦିନ ଦେଖାଇବ ବୋଲି କେହି କେବେ ଭାବିବି ନଥିବେ । କରୋନା ମହାମାରୀ ଯୋଗୁଁ ଏବେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ପଡ଼ିଲା ତାଲା। ଜଣେ ଅଧ୍ୟାପିକା କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଅତ୍ୟନ୍ତ ଦୁଃଖଦାୟକ…

ସୁନାବେଶର ସିଧା ପ୍ରସାରଣ ଦେଖନ୍ତୁ ଗୋଟିଏ ଟଚରେ …

ପୁରୀ () ଆସନ୍ତାକାଲି ସୁନାବେଶ ।ଶୃଙ୍ଖଳା ରକ୍ଷା ପାଇଁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୂରା ସଟଡାଉନ୍ ରହିବ ପୁରୀ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ବିନା ଭକ୍ତରେ ରଥ ରଥଯାତ୍ରା ଓ ବାହୁଡା ଯାତ୍ରା ହୋଇଛି ।ତେବେ ପୁରୀରୁ ଏହି ସୁନାବେଶ ସିଧା ପ୍ରସାରଣ ଏହି ଲିଙ୍କ…

ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ

ଭୁବନେଶ୍ବର() ମହାପ୍ରଭୁଙ୍କର ପବିତ୍ର ବାହୁଡା ଯାତ୍ରା ଅବସରରେ ଆପଣମାନଙ୍କୁ ଭେଟି ମୁଁ ବହୁତ ଖୁସି । ବର୍ତ୍ତମାନ ମାନବ ଜାତି ଏକ ଅଭୂତପୂର୍ବ ସଂକଟ ମଧ୍ୟ ଦେଇ ଗତି କରୁଛି। ଏହି ସଂକଟକୁ ସଫଳ ଭାବରେ ମୁକାବିଲା କରିବା ପାଇଁ ମହାପ୍ରଭୁ ଆମକୁ ଆଶିର୍ବାଦ ଦିଅନ୍ତୁ । ଏତିକି ପ୍ରାର୍ଥନା ।…

ରୋଗମୁକ୍ତ ସମାଜ ଗଠନ କରିବା ଯଦି ଅପରାଧ ତେବେ ମୁଁ ନିଶ୍ଚୟ କରିବି

ହରିଦ୍ୱାର() ଯୋଗ ଗୁରୁ ବାବା ରାମଦେବ କୋରୋନିଲ୍ ନେଇ ବୁଧବାର ଗଣମାଧ୍ୟମ ଆଗରେ ପତଞ୍ଜଳିର ପକ୍ଷ ରଖିଛନ୍ତି । ସେ କହିଛନ୍ତି କି ତାଙ୍କ ବିରୁଦ୍ଧରେ ଅପପ୍ରଚାର କରାଯାଇଛି  । କୋରୋନିଲ୍ ଉପରେ ଆଇନ୍ ଅନୁସାରେ ହିଁ କାମ କରାଯାଇଛି । ଆୟୁଷ ମନ୍ତ୍ରାଳୟ ତାଙ୍କ କାମକୁ ନେଇ ପ୍ରଶଂସା କରିଥିବା ସେ…

ସିଂହଦ୍ୱାର ଆଗରେ ଲାଗିଲା ତିନି ରଥ

ପୁରୀ () ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ତିନି ରଥ । ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟଘଣ୍ଟା ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଛି ରଥ ପଥ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି କାଳିଆ ଠାକୁର ରଥାରୁଢ଼ ହୋଇ ଫେରିଛନ୍ତି । ପ୍ରଥମ ଥର…

ସୁସ୍ଥ ହେଲେ ଆଉ ୧୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର() ରାଜ୍ୟରେ ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୩୫୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୬୪ଙ୍କ ମଧ୍ୟରୁ ଗଞ୍ଜାମରୁ ୪୮, ଜଗତସିଂହପୁରରୁ ୩୧, ବାଲେଶ୍ୱରରୁ ୨୬, କଟକରୁ ୨୫, ଯାଜପୁରରୁ ୧୨, ଖୋର୍ଦ୍ଧାରୁ ୧୨,…

ସଞ୍ଜୟ ଦାସବର୍ମା ହେଲେ ଦଳୀୟ ମୁଖ୍ୟାଳୟର ସାଧାରଣ ସମ୍ପାଦକ

ଭୁବନେଶ୍ୱର() ବିଜୁ ଜନତା ଦଳର ସାଂଗଠନିକ ସ୍ତରରେ ଅଦଳ ବଦଳ ହୋଇଛି । ୮ଜଣଙ୍କୁ ବରିଷ୍ଠ ଉପସଭାପତି ଓ ୯ଜଣଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଛି । ସଞ୍ଜୟ ଦାସବର୍ମା ହୋଇଛନ୍ତି ଦଳୀୟ ମୁଖ୍ୟାଳୟର ସାଧାରଣ ସମ୍ପାଦକ । ୮ ବରିଷ୍ଠ ଉପସଭାପତି- ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ,…

ଜୋରିମାନା ଦେଲେ ଭୁବନେଶ୍ବରର ୩ ଶୋ ରୁମ

ଭୁବନେଶ୍ୱର() ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି । କଟକଣା ଓ କୋଭିଡ଼ ନିୟମ ଉଲ୍ଲଙ୍ଘନ କରିଥବବାରୁ ୩ଟ ଶୋ ରୁମରୁ ଜୋରିମାନା ଆଦାୟ କରାଯାଇଛି । ଅଶୋକ ମାର୍କେଟରେ ବିଏମସି ଓ ବିଡ଼ିଏର ମିଳିତ ଉଦ୍ୟମରେ…

ଭୁବନେଶ୍ୱରରୁ ୧୨ ପଜିଟିଭ, ୮ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଜି ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ଜଣ ରାଜଧାନୀ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୧୨ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ ଓ ସ୍ଥାନୀୟ ଅଞ୍ଚଳରୁ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡୁମୁଡୁମା ରଘୁନାଥ ନଗର ବସ୍ତିରୁ…

ବାତିଲ ହେଲା +୨ ପରୀକ୍ଷା

ଭୁବନେଶ୍ୱର()ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ରାଜ୍ୟରେ ବାକିଥିବା +୨ ପରୀକ୍ଷାକୁ ବାତିଲ କରିଦିଆଯାଇଛି । କଳା, ବିଜ୍ଞାନ ଓ ବାଣିଜ୍ୟରେ ବାକିଥିବା ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା…