Odia News Portal

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ

କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ ସହ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚୂଡ଼ି ଭେଟି ଦିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା…

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ନୂଆବର୍ଷ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ଆଜି ନୂଆ ବର୍ଷରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି କାର୍ଯ୍ୟାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ମଧ୍ୟାହ୍ଣ ୧୨ଟା ପାଖାପାଖି ପୁରୀରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ମନ୍ଦିରକୁ…

ନୂଆବର୍ଷ ନନ୍ଦନକାନନରେ ବୁଲିଲେ ୪୩,୪୨୭ ଜଣ ପର୍ଯ୍ୟଟକ

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ମଙ୍ଗଳବାର ରେକର୍ଡ ସଂଖ୍ୟାରେ ପର୍ଯ୍ୟଟକ ବୁଲିଛନ୍ତି। ନବବର୍ଷ ଅବସରରେ ଆଜି ନନ୍ଦନକାନନରେ ବୁଲିଥିବା ପର୍ଯ୍ୟଟକ ସଂଖ୍ୟା ବିଗତ ବର୍ଷର ରେକର୍ଡକୁ ଭଙ୍ଗ କରିଛି। ସୂଚନା ଅନୁସାରେ ୨୦୧୯ ପ୍ରଥମ ଦିନରେ…

ଜନବସତି ଭିତରେ ହାତୀ ପସିଯିବାରୁ ଲୋକେ ଆତଙ୍କିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ। ଝୁମ୍ପୁରା ବ୍ଲକ ଅଫିସ୍‌ ପାଖରେ ଥିବା ଆମ୍ବ ବଗିଚାରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ସକାଳୁ ବାଲିବନ୍ଧ ପଟୁ ହାତୀ ଆସି ବଗିଚାରେ ଅଛନ୍ତି। ୮ଟି ହାତୀ ପ୍ରବେଶ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। …

ମେଘାଳୟ ଖଣିରେ ଓଡ଼ିଶା ଅଗ୍ନିଶମ ବାହିନୀର ସଫଳତା

ମେଘାଳୟ ଖଣିରେ ଓଡ଼ିଶା ଅଗ୍ନିଶମ ବାହିନୀର ସଫଳତା, ୫ ଦିନର ପରିଶ୍ରମ ପରେ ଖଣିରୁ ସମ୍ପୂର୍ଣ୍ଣ ଭାବେ ପାଣି ଶୁଖାଇଲେ, ଡିସେମ୍ବର ୧୩ରୁ ଖଣିରେ ଫସି ରହିଛନ୍ତି ୧୫ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଯାଇଛି ଓଡ଼ିଶା ଟିମ୍

ଶ୍ରୀଲଙ୍କା ଓ ବାଂଲାଦେଶ କ୍ରିକେଟ ଟିମକୁ ବଡ ଝଟକା । ଟି-୨୦ ବିଶ୍ୱକପ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିପାରିଲେନି ଉଭୟ…

ନୂଆବର୍ଷ ୨୦୧୯ର ପ୍ରଥମ ଦିନରେ ଶ୍ରୀଲଙ୍କା ଓ ବାଂଲାଦେଶ କ୍ରିକେଟ ଟିମକୁ ଲାଗିଛି ବଡ ଝଟକା । ଆଗାମୀ ବର୍ଷ ହେବାକୁ ଥିବା ପୁରୁଷ ଟି-୨୦ ବିଶ୍ୱକପର ସୁପର-୧୨ ଟିମ ମଧ୍ୟରେ ସ୍ଥାନ ବଜାୟ ରଖିବା ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି ଉଭୟ ଦଳ । ଅଥାର୍ତ ୨୦୨୦ ବିଶ୍ୱକପ…

ନୂଆବର୍ଷରେ କମିଲା ଗ୍ୟାସ୍‌ ସିଲିଣ୍ଡର ଦର

ଦିଲ୍ଲୀ: ନୂଆବର୍ଷରେ ଖାଉଟିଙ୍କୁ ମୋଦି ସରକାରଙ୍କ ଉପହାର । କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌ । ସବସିଡି ଗ୍ୟାସ୍‌ ସିଲିଣ୍ଡର ୫ ଟଙ୍କା ୯୧ ପଇସା ହ୍ରାସ ପାଇଥିବା ବେଳେ ଅଣ-ସବସିଡି ଗ୍ୟାସ୍‌ ସିଲିଣ୍ଡର ଦାମ ୧୨୦ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ମଧ୍ୟରାତ୍ରିରୁ ଲାଗୁ ହୋଇଛି ନୂଆ ଦର ।…

୧୧ ବର୍ଷରେ ପାଦ ଥାପିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ବର: ୧୧ ବର୍ଷରେ ପାଦ ଥାପିଲା କମିଶନରେଟ୍‌ ପୋଲିସ। ଏହି ୧୦ ବର୍ଷ ଭିତରେ ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛି । ଅନେକ ସଫଳତା ମଧ୍ୟ ହାସଲ କରିଛି। ଆଗକୁ ରହିଛି ଅନେକ ଚ୍ୟାଲେଞ୍ଜ। ବିଶେଷକରି ଫୋକସ୍‌ରେ ରହିଛନ୍ତି ବସ୍ତିର ଯୁବପିଢୀ ଓ ସ୍କୁଲ କାର‌୍ୟ୍ୟକ୍ରମ। କମିଶନରେଟ୍‌ ପୋଲିସ…

ପରିବାର ଓ ଏମସ୍‌ କର୍ମଚାରୀଙ୍କ ସହ ନୂଆବର୍ଷ ପାଳନ

ଦିଲ୍ଲୀ: ହାପି ନ୍ୟୁ ଇୟର କହିଲା ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା । ପରିବାରବର୍ଗଙ୍କ ସହିତ, ଏମସ୍‌ କର୍ମଚାରୀ ସମସ୍ତଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଛି ଜଗା । ପୁରୁଣା ବର୍ଷ ୨୦୧୮କୁ ବିଦାୟ ଦେଇଛି। ୨୦୧୮ ମସିହା ଉଭୟ ଜଗା-କାଳିଆଙ୍କ ପାଇଁ ଗରୁତ୍ୱପୂର୍ଣ୍ଣ ଥିଲା । ଜଗା ଏବେ…

ଲୋକଙ୍କୁ ଫ୍ରିରେ ମିଳିବ ଜିଓ ସିମ୍ ଏବଂ ୯୯ ଟଙ୍କାରେ ଅସୀମିତ ମଜା !

ଯଦି ଆପଣ ମଧ୍ୟ ରେଲୱେରେ ନିଜର ସେବା ଦେଉଛନ୍ତି, ଆପଣଙ୍କ ପାଇଁ ନବବର୍ଷର ବହୁତ ବଡ ଖୁସି ଖବର, କାରଣ ୧ ଜାନୁୟାରୀ ୨୦୧୯ରୁ ଆପଣଙ୍କୁ ରିଲାଏନ୍ସ ଜିଓର ସେବା ମିଳିବ। ଏବେ ଭାରତୀୟ ରେଲୱେର ସବୁ କର୍ମଚାରୀ ମାନଙ୍କୁ ଜିଓର କନେକସନ ମିଳିବ। ଜିଓ ସହିତ ରେଲୱେର ବୁଝାମଣାର ଫାଇଦା ଏହା ହେବ ଯେ…