ମୀନାପାଇ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କାଠ ବୋଝେଇ ଟ୍ରକ୍
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ୩୨୬ ନଂ ଜାତୀୟ ରାଜପଥ ମୀନାପାଇ ଘାଟିରେ ଭାରସାମ୍ୟ ହରାଇ ଏକ କାଠ ବୋଝେଇ ଟ୍ରକ୍ ଓଲଟିଛି। ତଳେ କାଠ ପଡ଼ି ଜାତୀୟ ରାଜପଥ ଅବରୋଧ ହୋଇଯାଇଛି। ଏହାଫଳରେ ଉଭୟ ପଟେ ବହୁ ଗାଡ଼ିମୋଟର ଅଟକିଛି।
