Odia News Portal

ଫିଲ୍ମ ସୁଟିଂ ବେଳେ ଅଭିନେତାଙ୍କ ମୃତ୍ୟୁ, ସୁଟିଂ ବେଳେ ବୋଟରୁ ଖସି ପଡ଼ିଥିଲେ

ଫିଲ୍ମ ସୁଟିଂ ବେଳେ ଅଭିନେତାଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ତାଳସାରୀରେ ସୁଟିଂ ବେଳେ ଅଘଟଣ ।  ସୁଟିଂ ବେଳେ ବୋଟରୁ ଖସି ପଡ଼ି ପ୍ରାଣ ହରାଇଛନ୍ତି ବଙ୍ଗୀୟ ଅଭିନେତା ରାହୁଲ ବାନାର୍ଜୀ ।  ବୋଟରୁ ଖସି ପଡ଼ିବା ପରେ ତାଙ୍କୁ ତୁରନ୍ତ ଦୀଘା ଷ୍ଟେଟ ଜେନେରାଲ୍ ହସ୍ପିଟାଲକୁ ନିଆଯାଇଥିଲା । …

ବଲାଙ୍ଗିର ସହରରେ ଅଗ୍ନିକାଣ୍ଡ, ୩ଟି ଦୋକାନ ହୋଇଛି ଛାରଖାର

ବଲାଙ୍ଗିର ସହର ସାଗରପଡା ଛକରେ ଅଗ୍ନିକାଣ୍ଡ । ନିଆଁ ଲାଗି ୩ଟି ଦୋକାନ ଛାରଖାର ହୋଇଛି । ଉପ ଜିଲ୍ଲାପାଳ ଅଫିସ ନିକଟରେ ଥିବା ଗୋଟିଏ ଟାୟାର ଦୋକାନ ସହିତ ଦୁଇଟି ଛୋଟ ଦୋକାନ ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଆଜି ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା…

ଆଜି ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା,ଅଣଲେଉଟା ରୁକୁଣା ରଥକୁ ଟାଣିବେ ଭକ୍ତ

ଆଜି ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା । ଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥକୁ ଟାଣିବେ ଭକ୍ତ । ଅପରାହ୍ନ ସାଢେ ୨ଟାରେ ଆରମ୍ଭ ହେବ ରଥଟଣା। ପାଞ୍ଚଦିନ ଯାତ୍ରା ସାରି ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦେବୀ ରୁକୁଣା ଓ ପ୍ରଭୁ ଦୋଳଗୋବିନ୍ଦ ମନ୍ଦିରକୁ ବାହୁଡ଼ିବେ। ଭୋର ୫ଟାରୁ ଆରମ୍ଭ ହୋଇଛି…

ଆଜି କେମିତି କଟିବ

ମେଷ: ଆଜି ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଆପଣ ଅସୁସ୍ଥ ଅନୁଭବ କରିପାରନ୍ତି । ସଫଳତାର ଅଭାବ ହତାଶାର କାରଣ ହୋଇପାରେ । ଚାକିରି କରୁଥିବା ବ୍ୟକ୍ତିମାନେ କାମର ଅଧିକ ଚାପ ହେତୁ ଟିକେ ଚାପଗ୍ରସ୍ତ ହୋଇପାରନ୍ତି । ସନ୍ତାନମାନଙ୍କ ବିଷୟରେ ଚିନ୍ତା ଦେଖାଦେଇପାରେ । ପେଟ ସମ୍ବନ୍ଧୀୟ ରୋଗ…

ଘର ଭାଙ୍ଗି ଭିତରକୁ ପଶିଲା ଦନ୍ତା ହାତୀ 

କନ୍ଧମାଳ ଜିଲ୍ଲା ଘୁମୁରସ ଉଦୟଗିରି ଅଞ୍ଚଳରେ ଦନ୍ତା ହାତୀର ଉପଦ୍ରବ ଦିନକୁ ଦିନ ବଢ଼ୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ଗତକାଲି ବିଳମ୍ବିତ ରାତିରେ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ନନ୍ଦଗିରି ନିକଟସ୍ଥ ପ୍ରଧାନ କଲୋନିରେ ଏକ ଦନ୍ତା ହାତୀ ଘର ଭାଙ୍ଗି ଖାଦ୍ୟ…

ପୁରୀ ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ କଏଦୀ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦୀପ୍ତିରଞ୍ଜନ ସ୍ୱାଇଁ l ୨୦୨୩ ମସିହାରେ ଏକ ଦୁଷ୍କର୍ମ ଅଭିଯୋଗରେ ସେ ଗିରଫ ହୋଇ ଜେଲ ଯାଇଥିଲେ। ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଜେଲ୍‌ କର୍ତ୍ତୃପକ୍ଷ।…

ଗ୍ରହଶାନ୍ତି ପାଇଁ ସ୍ତ୍ରୀଙ୍କୁ ବିଧବା ସଜାଇ ପୁନଃବିବାହ ପାଇଁ ଯୋଜନା

ଗ୍ରହଦୋଷ କଟିବା ପାଇଁ ମୁଣ୍ଡା ସଂପ୍ରଦାୟରେ ଆଜି ମଧ୍ୟ ଅନ୍ଧବିଶ୍ୱାସ ପରମ୍ପରା ଜାରି ରହିଛି। ବିବାହିତ ସ୍ତ୍ରୀକୁ ବିଧବା କରାଇବା ପରେ ପୁଣି ସଧବା ବେଶରେ ସଜାଇ ବିବାହ ହେବା ସହ ସାହିଭାଇଙ୍କୁ ଭୋଜିଭାତରେ ଆପ୍ୟାୟିତ କରାଯାଉଛି। ଏଭଳି କଲେ ଗ୍ରହଦୋଷ କଟିଯାଏ ବୋଲି ମୁଣ୍ଡା…

ଓଡ଼ିଶାକୁ ଶାସନ କରିଥିବା କେଶରୀ ବଂଶ, ଗଙ୍ଗ ବଂଶରୁ ଆରମ୍ଭ କରି ସୂର୍ଯ୍ୟବଂଶୀ ରାଜାମାନେ ରତ୍ନଭଣ୍ଡାରକୁ ବିପୁଳ ଧନରତ୍ନ…

ଇତିହାସର ବିଭିନ୍ନ କାଳଖଣ୍ଡରେ ଓଡ଼ିଶାକୁ ଶାସନ କରିଥିବା କେଶରୀ ବଂଶ, ଗଙ୍ଗ ବଂଶରୁ ଆରମ୍ଭ କରି ସୂର୍ଯ୍ୟବଂଶୀ ରାଜାମାନେ ରତ୍ନଭଣ୍ଡାରକୁ ବିପୁଳ ଧନରତ୍ନ ଓ ଅଳଙ୍କାର ଅର୍ପଣ କରିଥିଲେ। କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ, ପ୍ରତାପରୁଦ୍ର ଦେବ ଓ ଭୋଇ ବଂଶର ଶାସକ ପ୍ରଥମ…

ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବିଦ୍ରୋହ!: ୫୦ରୁ ଅଧିକ ସହରରେ ରାସ୍ତାକୁ ଓହ୍ଲାଇଲେ ଲୋକେ, ଦେଲେ ନୋ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ସାରା ବିଶ୍ୱରେ ସଙ୍କଟ ସୃଷ୍ଟି କରିଛି। ପରିସ୍ଥିତି ପ୍ରତିଦିନ ଗମ୍ଭୀର ହେବାରେ ଲାଗିଛି। ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣର ଜବାବରେ, ଇରାନ ମଧ୍ୟ ଇସ୍ରାଏଲ ଏବଂ ଉପସାଗରୀୟ ଦେଶଗୁଡ଼ିକୁ ଟାର୍ଗେଟ କରୁଛି। ସମଗ୍ର…

ହାତୀ ପାଇଁ ହନ୍ତସନ୍ତ: ଗଡ଼ିଲାଣି ୪୦ମୁଣ୍ଡ, ଏବେ ଗାଁରୁ ସହରମୁହାଁ

ନୟାଗଡ଼ରେ ନାହିଁ ହାତୀମାନଙ୍କର ଏତେଟା ଉପଦ୍ରବ। ପଡ଼ୋଶୀ ପୁରୀ ଜିଲ୍ଲାରେ ବି ଏମାନଙ୍କ ହିଂସା ପ୍ରାୟ କମ୍‌। କିନ୍ତୁ, ଖୋର୍ଦ୍ଧା ଜିଲ୍ଲାରେ ବଣୁଆ ହାତୀ ରକ୍ତମୁଖା ହୋଇପଡ଼ିଛନ୍ତି। ସେମାନଙ୍କ ହିଂସ୍ରପଣ ଏତେ ବଢ଼ିଛି ଯେ ଗତ ଦଶନ୍ଧିରେ ଜିଲ୍ଲାର ୪୦ ଲୋକଙ୍କୁ ଦଳି ଚକଟି ଜୀବନ…