Odia News Portal

ଝାରସୁଗୁଡ଼ା ଉପନିର୍ବାଚନ: ଦଶମ ରାଉଣ୍ଡ ସୁଦ୍ଧା ୨୫ ହଜାର ୪୮୪ ଖଣ୍ଡ ଭୋଟରେ ଆଗୁଆ ବିଜେଡି

ଝାରସୁଗୁଡ଼ା ଉପନିର୍ବାଚନର ଆସିଲା ଫଳ । ଦଶମ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ରହିଛି ବିଜେଡି । ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୫ ହଜାର ୪୮୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ପୋଷ୍ଟାଲ ବାଲାଟ ଗଣତି ପରେ ଖୋଲା ହୋଇଥିଲା ଇଭିଏମ୍ । ଇଭିଏମର ପ୍ରଥମ ରାଉଣ୍ଡରୁ ହିଁ

ଝାରସୁଗୁଡ଼ା ନିର୍ବାଚନ ଫଳାଫଳ : ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ; ଜାଣନ୍ତୁ କିଏ ଆଗରେ କିଏ ପଛରେ

ଝାରସୁଗୁଡ଼ା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ଏହାରି ଭିତରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କର ନିକଟତମ  ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଭୋଟରେ ଆଗୁଆ ଅଛନ୍ତି । ପ୍ରଥମ ରାଉଣ୍ଡରେ

ଇସ୍ତଫା ଦେଉଛନ୍ତି ଜଣେ ପରେ ଜଣେ ମନ୍ତ୍ରୀ

ରାଜ୍ୟ ରାଜନୀତିରେ ବଡ ଧରଣର ହଚଲଚଲ । ଇସ୍ତଫା ଦେଉଛନ୍ତି ଜଣେ ପରେ ଜଣେ ମନ୍ତ୍ରୀ । ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଏବେ ଇସ୍ତଫା ଦେଇଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ସମୀର ଦାଶ । ଇସ୍ତଫା ଦେଉଥିବା ମନ୍ତ୍ରୀମାନଙ୍କୁ ମିଳିବ କି ବଡ ଦାୟିତ୍ୱ ? ମନ୍ତ୍ରୀମାନଙ୍କ ଇସ୍ତଫା

ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ

ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା କହିଛନ୍ତି ଆରୁଖ । ସେ କହିଛନ୍ତି ଯେ, ଉପବାଚସ୍ପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛି । ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ମୁଁ ନିର୍ବାହ କରିଛି । ଭବିଷ୍ୟତରେ ଯାହା ଦାୟିତ୍ୱ ମିଳିବ, ତାକୁ ନିର୍ବାହ

ଦୁଷ୍କର୍ମୀ କିନ୍ନରକୁ ୧୦ ବର୍ଷ ଜେଲ୍‌

ଦିନକୁ ଦିନ ଅପରାଧର ମାମଲା ବଢ଼ିବାରେ ଲାଗିଛି । ନାବାଳକ ଦୁଷ୍କର୍ମୀ କିନ୍ନରକୁ ୧୦ ବର୍ଷ ଜେଲ ହୋଇଥିବା ଖବର ସାମ୍ନାକୁ ଆସିଛି । କିନ୍ନର ଗୌରୀ ନାୟକକୁ ଦଣ୍ଡାଦେଶ କଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ୨୦୨୨ ବୋର୍ଡା ଫାଣ୍ଡି ଅଞ୍ଚଳରେ ଦୁଷ୍କର୍ମ ମାମଲା ହୋଇଥିଲା ।

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରଧାନ ଶିକ୍ଷୟିତ୍ରୀ ଓ କନେଷ୍ଟବଳଙ୍କ ମୃତ୍ୟୁ

ଟମକା ଥାନା ଅନ୍ତର୍ଗତ ଜନିନ୍ଦା ପାଳ ଗାଁରେ ଅଭାବନୀୟ ଘଟଣା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ ପୂର୍ବାହ୍ନରେ ଜନିନ୍ଦାପାଳ ଗାଁରେ ମହିଳା ଜଣକ ଘର ନିକଟରେ ଥିବା ଏକ ଜିଆଇ ତାରରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ଆଘାତର ଶିକାର

ଝାରସୁଗୁଡା: ୧୮ ରାଉଣ୍ଡ ଗଣତି

କାଲି ଝାରସୁଗୁଡା ଭୋଟ ଗଣତି ନେଇ ସିଇଓ ନିକୁଞ୍ଜ ଧଳଙ୍କ ସୂଚନା । ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବାର କାର୍ଯ୍ୟକ୍ରମ ରହିଛି । ପୋଷ୍ଟାଲ ବାଲାଟ ସରିଲେ ,୮:୩୦ରୁ ଇଭିଏମ୍ ଗଣତି ହେବ । ମୋଟ ୧୪ଟି ଟେବୁଲରେ ଗଣତି ହେବ ଏବଂ ୧୮ ରାଉଣ୍ଡ ଚାଲିବ । ଗଣତି

୧୮ରେ ବନ୍ଦେଭାରତ ଶୁଭାରମ୍ଭ

ପୁରୀ-ଭୁବନେଶ୍ବର-ହାୱଡ଼ା ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଆନୁଷ୍ଠାନିକ ଭାବେ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୮ରେ ଶୁଭାରମ୍ଭ ହୋଇପାରେ ବନ୍ଦେଭାରତ ଏକ୍ସପ୍ରେସ । ୧୫ ତାରିଖ ପରିବର୍ତ୍ତେ ୧୮

ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଜଜଙ୍କ ପଦୋନ୍ନତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଗୁଜରାଟର ୬୮ ଜଣ ବିଚାରପତିଙ୍କ ଜିଲ୍ଲା ଜଜ୍ କ୍ୟାଡରରେ ପଦୋନ୍ନତିକୁ ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏଥିସହ ସୁପ୍ରିମକୋର୍ଟ ସମ୍ପୃକ୍ତ ପଦୋନ୍ନତି ତାଲିକା ଉପରେ ରୋକ୍ ଲଗାଇଛନ୍ତି । ଏହି ୬୮ ବିଚାରପତିଙ୍କ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ

ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତା

ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତା । ଗତ ବର୍ଷ ରାଜ୍ୟରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି । ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ୍ ଟନରୁ ଅଧିକ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଥିବା କୃଷି ବିଭାଗ କହିଛି । ୨୦୨୦-୨୧ ବର୍ଷରେ ରାଜ୍ୟରେ ୧୩୦ ଲକ୍ଷ ୩୮