Odia News Portal

ଲକ୍‌ଡାଉନରେ ମାତିଛନ୍ତି ଲୁଟେରା

ବାଲେଶ୍ୱର: ଲକ୍‌ଡାଉନରେ ଚାଲିଛି ଲୁଟେରାଙ୍କ ରାଜ୍ । ଭୁବନେଶ୍ୱରରୁ ଆରମ୍ଭ କରି ବାଲେଶ୍ୱର ସବୁଠି ଦେଖୁିବାକୁ ମିଳୁଛି ଲୁଟେରାଙ୍କ ଲୁଟ୍‌ପାତ । ଲକ୍‌ଡାଉନରେ ରୋଜଗାର ନଥିବାରୁ ଲୁଟ୍ ଅଧ୍ଚଳ ବଢ଼ିବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମଙ୍ଗଳବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲାରୁ ଆସିଛି ଲୁଟ୍‌ର ଚିତ୍ର । ବାଲେଶ୍ୱର ଜିଲ୍ଲା ସୋର ଥାନା ସାଉଡ ଅଞ୍ଚଳର ସୁନା ବ୍ୟବସାୟୀ ସନାତନ କାମିଳାଙ୍କ ଘରୁ ଲୁଟେରାମାନେ ୨୫୦ ଗ୍ରାମ ସୁନା ଏବଂ ୪କେଜିରୁ ଅଧିକ ରୂପା ଚୋରି କରିନେଇଥିବା ଅଭିଯୋଗ ହୋଇଛି । ପୋଲିସ ଖବର ପାଇ ଘଟଣାର ତଦନ୍ତ ଜାରି ରଖିଛି ।

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସନାତନଙ୍କ ଘରେ ପଶିଥିଲେ । ସନାତନ ଚାଲାକ କରି ପଡିଶାଘର ଲୋକଙ୍କୁ ଡକାଇଦେଇଥିଲେ । ଦୁର୍ବତ୍ତମାନେ ଲୋକଙ୍କୁ ଦେଖିବା ପରେ ଗୁଳି ଚାଳନା କରିଥିଲେ । ୫ରାଉଣ୍ଡ ଗୁଳି ଚଳାଇ ସୁନା ରୂପା ନେଇ ଚମ୍ପଟ ମାରିଛନ୍ତି । ସେପଟେ ଏହି ଗୁଳି ଚାଳନାରେ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସଦ୍ୟ ସୂଚନା ମୁତାବକ ୨ଜଣଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯାଇଛି । ପୋଲିସ ଖବର ପାଇ ଘଟଣାର ତଦନ୍ତ ଜାରି ରଖିଛି ।