କିଛିଦିନ ହେବ ଦଶପଲ୍ଲା ବିଡ଼ିଓ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି, ଯାହାକୁ ନେଇ ବିକାଶ କାର୍ଯ୍ୟ ଠପ ହୋଇଛି,ଅଭିଯୋଗ ଅନୁଯାଇ ଦଶପଲ୍ଲା ବ୍ଲକ ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକଙ୍କ ବିରୋଧରେ ଦୁର୍ନୀତି ଏବଂ ମନମୁଖୀ ଶାସନର ସଙ୍ଗୀନ ଅଭିଯୋଗ ଆଣି ଆଜି ନୟାଗଡ ଜିଲ୍ଲାପାଳ ମଧୁମିତାଙ୍କ ଦ୍ବାରସ୍ଥ ହୋଇଛନ୍ତି ବ୍ଲକ ଅଧ୍ୟକ୍ଷା ସୁନ୍ଦନା ସାହୁଙ୍କ ସହ ଅନେକ ନିର୍ବାଚିତ ପ୍ରତିନିଧି ମାନେ । ସୂଚନା ଅନୁଯାଇ ପୂର୍ଵ ସରକାର ଥିବା ସମୟରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଉନ୍ନତି ଏବଂ ବିକାଶ କ୍ଷେତ୍ରରେ ଅଗ୍ରଗତି କରିବା ପାଇଁ ଦଶପଲ୍ଲାର ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଅହରହ ଚେଷ୍ଟା କରିବା ସହ ବିଧାନସଭାରେ ଦଶପଲ୍ଲା ମାଟିର ବିକାଶ କରିବା ପାଇଁ ଅର୍ଥ ଅନୁଦାନ ଆଣିବା ସହିତ ଅନେକ ଉନ୍ନତି ମୂଳକ କାର୍ଯ୍ୟ ସହିତ ଅନେକ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି, ଏଭଳି ବିକାଶକୁ ନେଇ ଦଶପଲ୍ଲା ମାଟି ଆଜି ଗର୍ବିତ,କିନ୍ତୁ ସରକାର ପରିବର୍ତନ ହେବା ପରେ ସବୁ କିଛି ଉଲଟା ହେଉଛି, କାରଣ ପିସି ନଦେଲେ ବ୍ଲକରେ ହେଉନି କାମ, ବିକାଶ ମୂଳକ କାର୍ଯ୍ୟରେ ବିଡ଼ିଓଙ୍କର ମଧ୍ୟ ମିଳୁନି ସହଯୋଗ । ଏଭଳି କିଛି ଅଭିଯୋଗ ଆଣି ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲାପାଳ ମଧୁମିତା ରଥଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଦଶପଲ୍ଲା ବ୍ଲକ ଅଧକ୍ଷାଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସମେତ ଜିଲ୍ଲାପରିଷଦ ସଦସ୍ୟ ମାନେ,
ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନ୍ଦନା ସାହୁ କହିଛନ୍ତି,”ଆମ ବ୍ଲକରେ ଲୋକମାନେ ଅସନ୍ତୋଷ ରହିଛନ୍ତି । ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକ କାହାକୁ ସହଯୋଗ କରୁନାହାନ୍ତି । ସେ କାର୍ଯ୍ୟାଳୟରେ ରହୁନଥିବା ବେଳେ ସରକାରୀ ଗାଡିର ଅପବ୍ୟବହାର କରୁଛନ୍ତି ।”ସେହିଭଳି ସମିତିର ବିନା ଅନୁମତିରେ ସରକାରୀ ଅର୍ଥ ଖର୍ଚ୍ଚ କରୁଛନ୍ତି ଏବଂ ବ୍ଲକରେ 11ପ୍ରତିଶତ ପିସି ଆଦାୟ କରୁଛନ୍ତି । ଫଳରେ କାମ ନିମ୍ନମାନର ହେଉଛି, ତେଣୁ ବିଡ଼ିଓ କାର୍ଯ୍ୟକଳାପ ନେଇ ଅତିଷ୍ଟ ହେବାରୁ ବାଧ୍ୟ୍ୟ ହୋଇ ଆଜି ଜିଲ୍ଲାପାଳ ଅଭିଯୋଗ କରିବା ସହିତ ଯଦି ଆସନ୍ତା 7 ଦିନ ମଧ୍ୟରେ ଯଦି ବିଡ଼ିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ବ୍ଲକ ଅଧକ୍ଷା, ସେପଟେ ନୟାଗଡ ଜିଲାପାଳ ମଧୁମିତା ରଥ ପ୍ରତିଶୃତି ଦେଇଛନ୍ତି ଦେଇଥିବା ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇବା ସହିତ ଏହାର ଖୁବଶୀଘ୍ର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇବ ସହିତ ଯିଏ ଦୋଷୀ ହେବ ତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ.
