Odia News Portal

ଧରା ପଡିଲେ ୬ ଦୁର୍ଦ୍ଦାନ୍ତ ଅପରାଧୀ

କଟକ: ପୋଲିସର ବଡ଼ ସଫଳତା । ବନ୍ଧାହେଲେ ୬ କୁଖ୍ୟାତ ଅପରାଧୀ । ଆଜି ସ୍ପେଶାଲ ସ୍କ୍ବାଡ ଓ ମଙ୍ଗଳାବାଗ ଥାନା ପୁଲିସ ପକ୍ଷରୁ ମହାନଦୀ ହାଡ଼ିଆ ପଠାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୁଲିସ ୬ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୩୦ ରାଉଣ୍ଡ ଗୁଳି, ୫ ବନ୍ଧୁକ ଓ ୨ ବାଇକ ଜବତ କରିଛି। ଆଜି ଏହି ୬ ଦୁର୍ଦ୍ଧାନ୍ତ ଅପରାଧୀ ଡକାୟତି ଯୋଜନାବେଳେ ମହନଦୀ ହାଡ଼ିଆ ପଠାରେ ସ୍ପେଶାଲ ସ୍କ୍ବାଡ ଓ ମଙ୍ଗଳାବାଗ ଥାନା ପୁଲିସ ଚଢ଼ାଉ କରିଥିଲା।