Odia News Portal

ବ୍ରିଜ ଫଟାଇଦେଲେ ବାଲି ମାଫିଆ

ଧର୍ମଶାଳା : ଫାଟିକି ଆଁ କଲାଣି ଦୀର୍ଘ ୧୫ ବର୍ଷର ବ୍ରିଜ୍‌ । ଏଭଳି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ କାଏମା ବ୍ରିଜ୍‌ର । ଗତ କିଛି ଦିନ ହେଲାଣି ଉତରପ୍ରତାପ ବାଲିଘାଟରୁ ଆରଡି ରୋଡରେ ଏହି ବ୍ରିଜ ଦେଇ ଟ୍ରିପ୍‌୍ ଟ୍ରିପ୍ ବାଲି ନେଇ ଯାତାୟତ କରୁଛନ୍ତି ବାଲି ମାଫିଆ । ଯାହା ଫଳରେ ଓଭର ଲୋଡ୍‌୍କୁ ସହି ପାରୁନି ଏହି ବ୍ରିଜ୍‌୍ । ଅଚଂଳବାସୀଙ୍କ ଏକମାତ୍ର ସାହାରା ପାଲଟିଥିବା ଏହି ବ୍ରିଜ୍‌୍‌ର ସ୍ଥିତି କିଛି ଏପରି ପାଲଟିଗଲାଣି । ତେବେ ଏମିତି ଆଉକିଛି ଦିନ ଲାଗି ରହିଲେ ବ୍ରିଜ୍‌୍ ଟି ଶୀଘ୍ର ହିଁ ଭୁଶୁଡି ପଡିବାର ସମ୍ଭାବନା ରହିଛି ।

ବ୍ରିଜ୍ ଭାଙ୍ଗିଲେ ପୁଣି ପୂର୍ବ ପରି ନଦୀ ପାର କରି ଯିବା ଆସିବା କରିବା ଚିତ୍ର ଏବେ ବି ଏମାନଙ୍କର ପାଇଁ ସତ ହୋଇଯିବ । ପିଲାମାନଙ୍କ ସ୍କୁଲ,କଲେଜ ଠାରୁ ଆରମ୍ଭ କରି ମେଡିକାଲ ଓ ଅଫିସ୍‌ ଯିବା ଏମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇଯିବ । ପୁଣି ହଇରାଣ ହେବେ ଏଠାକାର ଅଚଂଳବାସୀ । ବେଧଡକ୍‌ ଭାବେ ଚାଲିଥିବା ବାଲିମାଫିଆଙ୍କ ମନମାନିକୁ ଗ୍ରାମବାସୀମାନେ ବିରୋଧ କରିଥିବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କଲାନି ପ୍ରଶାସନ । ତହସିଲଦାର ନିଜ ସ୍ୱାର୍ଥକୁ ଦେଖି ଜାଣ ଶୁଣି ଚୁପ୍‌ ରହିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଆଉ କେତେଦିନ ଚୁପ୍‌ ରହୁଛି । ଏଭଳି ଦୁର୍ନୀତୀର କେବେ ଅବଲୋପ ହୋବ ।