Odia News Portal

ସାରା ରାଜ୍ୟରେ ଲମ୍ବିଛି ନକଲି ଔଷଧର ଚେର

ଭୁବନେଶ୍ୱର: କରୋନା ସମୟରେ ମାତିଛନ୍ତି ନକଲି ଔଷଧ ବେପାରୀ । ରାଜ୍ୟରେ ଦୁଇଦିନ ମଧ୍ୟରେ ଅନେକ ସ୍ଥାନରୁ ଜବତ ହେଲାଣି ନକଲି ମେଡିସିନ । ଟଙ୍କ ଲାଗି ଲୋକଙ୍କ ଜୀବନକୁ ବାଜିରେ ଲଗାଉଛନ୍ତି ଅସାଧୁ ବ୍ୟବସାୟୀ । ପ୍ରଥମେ କଟକରୁ ଜବତ ହେବା ପରେ ଏହା ଲିଙ୍କରେ ଥିବା ରାଉରକେଲାରୁ ମଧ୍ୟ ଜବତ ହୋଇଥିଲା । ସେପଟେ ଗତକାଲି ସମ୍ବଲପୁରରୁ ମଧ୍ୟ ନକଲି ମେଡିସିନ ଜବତ ହୋଇଥିଲା । ଆଜି ଝାରସୁଗୁଡ଼ାରୁ ଜବତ ହୋଇଛି ନକଲି ମେଡିସିନ ।

ଅମିତ ମେଡିକାଲ ଏଜେନ୍ସି ନିକଟରୁ ଏହି ନକଲି ମେଡିସିନ ଜବତ ହୋଇଛି । ଗତ ଦୁଇଦିନ ହେବ ଭେଷଜ ନିରୀକ୍ଷଣ ବିଭାଗ ଏବଂ ପୋଲିସ ପକ୍ଷରୁ ମିଳିତ ଭାବରେ ଚଢ଼ାଉ କରାଯାଇ ଥିଲା । ଅମିତ ମେଡିକାଲ ଏଜେନ୍ସି ନିକଟରୁ ହିମାଚଳ ପ୍ରଦେଶର max relief health careର କମ୍ପାନୀର ଦୁଇଟି ବ୍ରାଣ୍ଡର ମେଡ଼ିସିନକୁ ସିଜ କରିଛି । ସେପଟେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଘୋଷଣା କରିଛନ୍ତି ନକଲି ମେଡିସିନ ବେପାର କରୁଥିବା ବ୍ୟବସାୟୀଙ୍କ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।