Odia News Portal

କଟକରୁ ଜବତ ହେଲା ନକଲି ଫାଭିପିରାଭିର୍ ମେଡିସିନ୍‌

କଟକ: କରୋନା ଆକ୍ରାନ୍ତ ପାଇଁ ଫାଭିପିରାଭିର ମେଡିସିନ ବ୍ୟବହାର ହେଉଛି । ଏହାକୁ ବ୍ୟବହାର କରିବା ଲାଗି ଡାକ୍ତରମାନେ କହୁଛନ୍ତି । ଏଣୁ ଲୋକେ ଆଗୁଆ ଘରେ ମେଡିସିନ ଗଛିତ ରଖୁଛନ୍ତି । ଯାହାର ଫାଇଦା ନେଇ ନକଳି ମେଡିସିନ ବିକୁଛନ୍ତି କିଛି ଅସଭ୍ୟ ଦୋକାନୀ । ଆଜି ଏଭଳି ଏକ ଦେକାନରେ ଚଢ଼ାଉ କରାଯାଇଛି । ୧୭ ହଜାର ଫାଭିପିରାଭିକ୍ ଟାବଲେଟ ଜବତ କରାଯାଇଛି ।

କନିକା ଛକରେ ଏହି ମେଡିସିନ ଷ୍ଟୋରରେ ନକଲି ଫାଭିପିରାଭିର୍ ମେଡିସିନ୍ ବିକ୍ରି ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ ଗୁରୁବାର ଦିନ ଚଢ଼ଉ କରିଥିଲା। ଆଜି ମଧ୍ୟ ଚଢ଼ଉ ଜାରି ରହିଛି। ଉକ୍ତ ମେଡିସିନ୍ ଷ୍ଟୋରରୁ ୧୭୦ ପେଟି ଭର୍ତ୍ତି ଫାଭିପିରାଭିର୍ ମେଡିସିନ୍ ଜବତ ହୋଇଛି। ସେଥିରେ ୧୭ ହଜାର ଟାବଲେଟ ଥିବା ଜଣାପଡ଼ିଛି। ଜବତ ହୋଇଥିବା ଫାଭିପିରାଭିର୍ ଟାବଲେଟକୁ ଟେଷ୍ଟିଂ ପାଇଁ ପଠାଯାଇଛି।