Odia News Portal

୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବୌଦ୍ଧ: ଲକ୍‌ଡାଉନରେ ଚାଲିଥିଲା ଗଞ୍ଜେଇ ଚାଲାଣ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରୁ ଛତିଶଗଡ଼ ଚାଲାଣ ହେଉଥିଲା ଗଞ୍ଜେଇ । କେନ୍ଦ୍ରୀୟ ସ୍କ୍ୱାର୍ଡ ହାତରେ ଧରାପଡ଼ିଗଲେ ବେପାରୀ । ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ବୁଧବାର ଏକ ଟ୍ରକ ଯୋଗେ ୬ କ୍ୱିଣ୍ଟାଲ ଗଞ୍ଜେଇ ଚାଲାଣକ୍ରାଯାଉଥିବା ବେଳେ ମାଡିବସିଥିଲେ ସ୍କ୍ୱାର୍ଡ । ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଅନୁଗୂଳ ଜିଲ୍ଲା ହଣ୍ଡପା ଅଞ୍ଚଳର ଭକ୍ତବନ୍ଧୁ ପ୍ରଧାନ ଏବଂ ସକଳ ପ୍ରଧାନ । ଉଭୟଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରାଯାଉଥିବା ସୂଚନା ମିଳିଛି ।