Odia News Portal

ଭାଇବୋହୂର ମାଡ଼ରେ ଦେଢ଼ଶୁର ମୃତ

ଗଞ୍ଜାମ: ଓଡ଼ିଆ ଘରର ପରମ୍ପରାରେ ରହିଛିକି ଦେଢ଼ଶୁରର ଛାଇ ଭାଇ ଉପରେ ପଡ଼ିଲେ ପାପ । ଏପରିକି ମୁହଁକୁ ମଧ୍ୟ ଚାହାଁନ୍ତି ନାହିଁ । କିନ୍ତୁ ଆଜି ଏଭଳି ଏକ ଏପରି ଘଟଣା ଆସିଛି ଯାହାକି ସମସ୍ତଙ୍କ ସ୍ତବ୍ଧ କରିଦେବ । ଦେଢ଼ଶୁରକୁ ମାରିଦେଇଛି ଭାଇବୋହୂ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ହେଲେ ସନ୍ତୋଷ ନାୟକ । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ସେପଟେ ଅଭିଯୁକ୍ତ ଭାଇବୋହୂ ଓ ତାଙ୍କ ବାପଘର ଲୋକଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ସୂଚନା ଅନୁଯାୟୀ, ସନ୍ତୋଷଙ୍କ ଭାଇ ୫ ବର୍ଷ ହେବ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ମୃତ୍ୟୁ ପରେ ସନ୍ତୋଷଙ୍କ ଭାଇବୋହୂ ତାଙ୍କ ବାପଘରେ ରହୁଥିଲେ । ମାତ୍ର ଜମିବାଡ଼ି ମାମଲାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଗତକାଲି ଏହି ଝଗଡ଼ା ଉଗ୍ରରୂପ ନେଇଥିଲା । ମହିଳାଙ୍କ ବାପଘର ଲୋକେ ଆସି ସମେନ୍ତାଷଙ୍କୁ ବାଡ଼େଇଥିଲେ । ହାତକୋଡି ବେଣ୍ଟରେ ତାଙ୍କୁ ବାଡେଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।