Odia News Portal

କଟକରେ ସେକ୍ସ ରାକେଟ୍ ଠାବ

କଟକ: ଲକଡାଉନରେ ମାତିଛନ୍ତି ଦେହ ବ୍ୟବସାୟୀ । କଟକର ଏକ ହୋଟେଲରେ ଠାବ ହୋଇଛି ରାକେଟ୍ । ପିଲିଗ୍ରୀମ ରୋଡରେ ଥିବା ଏକ ହୋଟେଲରେ ରାକେଟ ଚାଲିଥିବା ବେଳେ ମାଡ଼ି ବସିଥିଲା ମାଲଗୋଦାମ ଥାନା ପୋଲିସ । ରାକେଟ ଚଳାଉଥିବା ମହିଳା କିଙ୍ଗପିନ ଜଣେ ଗ୍ରାହାକ ଓ ହୋଟେଲ ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ରାକେଟରେ ଥିବା ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ତେବେ ଲକଡାଉନରେ ଏଭଳି ବେପାର ଦୀର୍ଘଦିନ ହେବ ଚାଲୁଥିଲା ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।