Odia News Portal

ନିଜ ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ବାପା, ଝିଅର ଇଜ୍ଜତ ବଞ୍ଚାଇବାକୁ ଯାଇ ସ୍ୱାମୀକୁ ମାରିଲା ସ୍ତ୍ରୀ

ବାଲେଶ୍ୱର: ନିଶାରେ ହିହାହିତ ଜ୍ଞାନ ଭୁଲି ନିଜ ଜନ୍ମକଲା ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ପିଚାଚ ବାପା । ଝିଅର ଇଜ୍ଜତ ବଞ୍ଚାଇବାକୁ ଯାଇ ସ୍ତ୍ରୀମୀର ଜୀବନ ନେଲା ସ୍ତ୍ରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ବୁଟୁ ସିଂ । ହତ୍ୟାକରୀ ସ୍ତ୍ରୀ ଗୁରୁବାରୀଙ୍କୁ ପୋଲିସ ଗିରଫ କରି ତଦନ୍ତ ଚଳାଇଛି ।

ମିଳିଥିବା ସୂଚନା ମୁ୍‌ତାବକ, ବୁଟୁ ଶୁକ୍ରବାର ରାତିରେ ମଦ୍ୟପାନ କରି ଘରକୁ ଆସିଥିଲା । ନିଶାଶକ୍ତ ଅବସ୍ଥାରେ ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏଥିରେ ବାଧା ଦେଇଥିଲେ ଗୁରୁବାରୀ । ପ୍ରଥମେ ବଚସା ଓ ପରେ ହାତାହାତି । ଶେଷରେ ଫୁଙ୍‌କନାଳୀରେ ସ୍ୱାମୀକୁ ବାଡେଇ ବାଡେଇ ହତ୍ୟା କଲେ ଗୁରୁବାରୀ । ହତ୍ୟାପରେ ଫେରାର ହୋଇଯାଇଥିଲେ ସେ । ପୋଲିସ ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ଗିରଫ କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।