Odia News Portal

ରାଜନଗର ବନବିଭାଗକୁ ବଡ ସଫଳତା

ଆଜି ରାଜନଗର ବ୍ଲକ ଗୋପାଳପୁର ବଜାରରେ ବନବିଭାଗର ଏକ ଟିମ ଅତର୍କିତ ଭାବେ ଏକ ଚିଙ୍ଗୁଡ଼ି ଅର୍ତ୍ତ ଉପରେ ଚଢ଼ାଉକରି ଦୁଇଟି ସାଂକୁଚ ଜବତ କରିଛି । ଏହି ଦୁଇଟି ସାଂକୁଚର ମୂଲ୍ୟ ରାଜ୍ୟ ବାହାରେ ତଥା ଅନ୍ତର୍ଜାତିକ ସ୍ତରରେ ଅଧିକ ହୋଇଥିବାରୁ ମାଛ ମାଫିଆମାନେ ମାଛ ଧରିବା ବାହାନାରେ ବେଆଇନ ଭାବେ ଏହି ସାଂକୁଚ ମାନଙ୍କୁ ଧରି ରାଜ୍ୟ ବାହାରକୁ ଚାଲାଣ କରନ୍ତି । ଆନିମଲ ଆକ୍ଟ ୧୯୭୨ ଅନୁସାରେ ସାଂକୁଚ ଧରିବା ଧର୍ତ୍ତବ୍ୟ ଅପରାଧ କିନ୍ତୁ ଅନେକ ଦିନ ଧରି ରାଜନଗର ଅଂଚଳରେ ଏହାର ଏକ ବଡ଼ ରାକେଟ କାମ କରୁଥିଲା ଆଜି ବନବିଭାଗ ଖବର ପାଇ ଚଢ଼ାଉକରି ଦୁଇଟି ସାଂକୁଚ ଜବତ କରିବା ସହ ଦୁଇଜଣ ଆସାମୀକୁ ଗିରଫ କରି କୋଟ ଚାଲାଣ କରିଛି ।