Odia News Portal
Yearly Archives

2023

ପ୍ରଯୁକ୍ତି କଂପାନୀଗୁଡିକ ଦେଉଛନ୍ତି କର୍ମଚାରୀଙ୍କୁ ଛଟେଇ, ଦୈନିକ ହାର ୨୭୦୦

ବଡ଼ ବଡ଼ ପ୍ରଯୁକ୍ତି କଂପାନି, ଷ୍ଟାର୍ଟଅପ୍ ଓ ୟୁନିକର୍ଣ୍ଣ ଆଦିରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଲାଗି ୨୦୨୩ ଏକ ଖରାପ ବର୍ଷ ସାବ୍ୟସ୍ତ ହୋଇଛି। ବିଶେଷ କରି ଆମେରିକାର ବଡ଼ ବଡ଼ ପ୍ରଯୁକ୍ତି କଂପାନିରେ କାମ କରୁଥିବା କର୍ମଚାରୀମା‌ନେ ଅଧିକ ପ୍ରଭାବିତ ହୋଇଛନ୍ତି। ଚଳିତ ବର୍ଷ

ପାକିସ୍ତାନର ଆର୍ଥିକ ସଙ୍କଟ; ହସ୍ପିଟାଲରେ ଔଷଧ କିଣିବାକୁ ନାହିଁ ଅର୍ଥ

ପାକିସ୍ତାନରେ ଆର୍ଥିକ ଦୁରବସ୍ଥା ଚରମରେ ପହଞ୍ଚିଛି। ସରକାରଙ୍କ ପାଖରେ ଔଷଧ କିଣିବାକୁ ବି ପଇସା ନାହିଁ। ଫଳରେ ପାକିସ୍ତାନର ହସ୍ପିଟାଲଗୁଡ଼ିକରେ ଇନସୁଲିନ, ଡିସ୍ପ୍ରିନ ଓ ଅନ୍ୟ ଜରୁରି ଔଷଧର ଗୁରୁତର ଅଭାବ ଦେଖାଦେଇଛି। ଜରୁରି ଔଷଧ ଅଭାବରୁ ଗୁରୁତର ରୋଗୀମାନଙ୍କର ଚିକିତ୍ସା ଓ ସର୍ଜରି

ରାଜ୍ୟର ଆଉ ୫୦୦୦ ଡାକ୍ତର ନିଯୁକ୍ତି ଦେବେ ସରକାର

ଆଗାମୀ ଦିନରେ ୫୦୦୦ ଡାକ୍ତର ନିଯୁକ୍ତି ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାନସଭାରେ ପ୍ରଶ୍ନକାଳରେ ରାଜ୍ୟର ମେଡିକାଲ ଗୁଡିକର ବେଡ ଅଭାବ ଓ ରୋଗୀ ସେବାକୁ ନେଇ ଉଭୟ ଶାସକ ଓ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ରାଷ୍ଟ୍ରପତି ହେଲେ ଶତ୍ରୁ ଦେଶକୁ ଆର୍ଥିକ ସହାୟତା ବନ୍ଦ କରିଦେବି-ନିକି ହାଲେ

୨୦୨୪ରେ ରିପବ୍ଲିକାନ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀହେବେ ବୋଲି ଭାରତୀୟ ବଂଶୋଦ୍ଭବ ମହିଳା ନିକି ହାଲେ ପୂର୍ବରୁ ଘୋଷଣା କରିସାରିଛନ୍ତି। ଏଥିସହିତ ସେ ଏବେ ନ୍ୟୁୟର୍କ ପୋଷ୍ଟରେ ଏକ ନିବନ୍ଧ ଲେଖିଛନ୍ତି ଯାହା ଚର୍ଚ୍ଚା ପରିସରକୁ ଆସିଛି। ନିବନ୍ଧରେ ସେ ଉଲ୍ଲେଖ କରିଛନ୍ତି ଯେ ଆମେରିକାର

ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଡିପାରୁନି ୫୦ ବିମାନ

ପ୍ରାଟ୍‌ ଆଣ୍ଡ୍‌ ହ୍ବିଟ୍‌ନି (ପିଆଣ୍ଡ୍‌ଡବ୍ଲୁ)ର ଇଞ୍ଜିନ ଲାଗିଥିବା ୫୦ରୁ ଅଧିକ ବିମାନ ଠିଆ ହୋଇରହିଛି। ଇଞ୍ଜିନରେ ଥିବା ତ୍ରୁଟିକୁ ସେହି କଂପାନି ସଜାଡ଼ିପାରୁନାହିଁ। ସେଥିପାଇଁ ଆବଶ୍ୟକ ପାର୍ଟସ୍‌ ମଗାଇବାରେ ସମସ୍ୟା ସମ୍ନା କରୁଛି। ଯୋଗାଣ ଶୃଙ୍ଖଳରେ ବିଭ୍ରାଟ ଯୋଗୁ ଏଭଳି ସ୍ଥିତି

ମହିଳା ବିଶ୍ୱକପ ଟି-୨୦; ପୁଣି ଥରେ ଅଷ୍ଟ୍ରେଲିଆ ଜିତିଲା ବିଶ୍ୱ ମୁକୁଟ

ଅଷ୍ଟ୍ରେଲିଆ ମହିଳା ଦଳ ଲଗାତାର ତୃତୀୟ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ସହ ଡବଲ୍‌ ହ୍ୟାଟ୍ରିକ ଅର୍ଜନ କରିଛି। ବିଗତ ୭ ସଂସ୍କରଣରୁ ମଧ୍ୟ ଷଷ୍ଠ ଥର ବିଶ୍ବ ମୁକୁଟ ଜିତି ବିରଳ ସଫଳତା ଅର୍ଜନ କରିଛି। ରବିବାର ରାତିରେ କେପ୍‌ଟାଉନ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ଅଷ୍ଟ୍ରେଲିଆ

ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ : ଭୟରେ ଘରୁ ବାହାରି ଆସିଲେ ଲୋକେ

ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡ ଶବ୍ଦରେ ଦୋହଲିଲା ଘରଦ୍ୱାର । ଭୟରେ ଲୋକେ ଘରୁ ବାହାରି ଆସିଲେ । ଶବ୍ଦ ସମୟରେ ଘରର କବାଟ ଝରକା ଥରି ଉଠିଥିଲା । ତେବେ ପ୍ରଚଣ୍ଡ ଶବ୍ଦ କାରଣ ଜଣାପଡିନି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ।

ଆଦାନୀ-ପ୍ରଧାନମନ୍ତ୍ରୀ ମୋଦି ଏକ; ରାୟପୁର ଅଧିବେଶନ କହିଲେ ରାହୁଲ

ରାୟପୁରଠାରେ ଅନୁଷ୍ଠିତ କଂଗ୍ରେସର ପୂର୍ଣ୍ଣାଙ୍ଗ ଅଧିବେଶନରେ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଏବଂ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଜି ଉଦ୍‌ବୋଧନ ଦେଇଛନ୍ତି।ସଂସଦରେ ବିଜେପିର ନେତାମାନେ କାହିଁକି ଆଦାନିଙ୍କୁ ସୁରକ୍ଷା ‌ଦେବାପାଇଁ ଆଗେଇ ଆସିଲେ ବୋଲି ରାହୁଲ ପ୍ରଶ୍ନ

ମନୀଷ ସିସୋଦିଆଙ୍କ ଗିରଫକୁ ବିରୋଧ କରି ଦେଶବ୍ୟାପୀ ପ୍ରତିବାଦ କରିବ ‘ଆପ’

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଗିରଫଦାରିକୁ ବିରୋଧ କରି ଆଜି ‘ଆପ୍‌’ ଦେଶବ୍ୟାପୀ ପ୍ରତିବାଦ ପ୍ରଦର୍ଶନ କରିବ ବୋଲି ଦଳର ଜାତୀୟ ସାଧାରଣ ସମ୍ପାଦକ ସନ୍ଦୀପ ପାଠକ କହିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି: ଦେଶର ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ରୂପ ଦେଉଥିବା ମହାନ୍‌

ଅଗ୍ନିପଥ ବିରୋଧରେ ଆଗତ ପିଟିସନକୁ ଖାରଜ କଲା ଦିଲ୍ଲୀ ହାଇକୋର୍ଟ

ଏଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ଦର୍ଶାଇ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ଗୁଡ଼ିକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ‘ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍‌ କରି ଆଗତ ସମସ୍ତ ପିଟିସନ୍‌ ଖାରଜ କରାଗଲା ବୋଲି ମୁଖ୍ୟ