Odia News Portal
Yearly Archives

2023

ସୁରନେବେ ଅବସର ମଇଦାନକୁ ଆସିବେ ସିଦ୍ଧାର୍ଥ, ମନ୍ମଥ

ବରିଷ୍ଟ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କର ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଆସନ୍ତା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ତାଙ୍କ ପିତା ସୁରେଶ ରାଉତରାୟ କହିଥିଲେ କି ସେ ଆସନ୍ତା ନିର୍ବାଚନ ଲଢିବେ ନାହିଁ । ତାଙ୍କ ସାନ ପୁଅ ମନ୍ମଥ ସୁରଙ୍କ ଆସନ ଜଟଣୀରୁ ବିଧାନସଭାକୁ କଂଗେସ ପ୍ରାର୍ଥୀ

ମଡେଲ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ସୌମ୍ୟଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମର ତନାଘନା

ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲା। ସୌମ୍ୟଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମର ତନାଘନା। ଭୁବନେଶ୍ୱର ଘରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ତନାଘନା କରୁଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ୩ ମାସ ଭିତରେ ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ

ଓଡିଶା ଅର୍ଥନୈତିକ ସର୍ଭେ ; ଜାତୀୟ ହାର ଠାରୁ କମିଲା ରାଜ୍ୟର ମୁଣ୍ଡପିଛା ଆୟ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଗୁରୁବାରଦିନ ବିଧାନସଭାରେ ଆଗତ ହୋଇଛି । ଏହି ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବା ଆକଳନ କରାଯାଇଛି । ୨୦୨୧-୨୨ରେ ଏହା ୧୧.୫ ପ୍ରତିଶତ ଥିଲା । ସେହିପରି ନୂଆ ଆର୍ଥିକ ବର୍ଷ ଅର୍ଥାତ୍

ବିଦାୟ ସାନିଆ; ଦୁବାଇରେ ଶେଷ ହେଲା ଟେନିସ୍ କ୍ୟାରିୟର

ଭାରତୀୟ ସୁନ୍ଦରୀ ସାନିଆ ମିର୍ଜାଙ୍କ ଟେନିସ୍‌ କ୍ୟାରିୟର ଶେଷ ହୋଇଛି। ଦୁବାଇ ଓପନ୍‌ରେ ମଙ୍ଗଳବାର ଭେରୋନିକା କୁଦେରମେତୋଭା ଓ ଲିଉଡ୍‌ମିଲା ସାମ୍‌ସୋନୋଭାଙ୍କ ଯୋଡ଼ିଠୁ ୪-୬, ୦-୬ରେ ସାନିଆ ଓ ତାଙ୍କ ସାଥୀ ମାଡିସନ୍‌ କିଜ୍‌ ପରାସ୍ତ ହେବାରୁ ୩୦ ବର୍ଷ ଟେନିସ୍‌ ଯାତ୍ରାର ଅନ୍ତ ଘଟିଛି।

୧୫ ବର୍ଷର ପୁରୁଣା ଗାଡି ମାଲିକଙ୍କ ଉପରେ ଚଡକ

ରାଜ୍ୟରେ ଆସନ୍ତା ମାସ ସୁଦ୍ଧା ୨୦ ଲକ୍ଷରୁ ଅଧିକ ଗାଡି ରାସ୍ତାରୁ ହଟାଯିବ । ଏହି ଗାଡି ଗୁଡିକ ମାର୍ଚ୍ଚ ୧୫ ତାରଖ ସୁଦ୍ଧା ରାସ୍ତାରୁ ହଟିବ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୫ ବର୍ଷରୁ ଅଧିକ ହୋଇଥିବା ଗାଡି ଗୁଡିକ

ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ନାମଞ୍ଜୁର ଭରିଲା ଆରଜେଡି

ଲୋକସଭା ନିର୍ବାଚନ ୨୦୨୪କୁ ନେଇ ବିହାରରେ କଂଗ୍ରେସ, ଜେଡିୟୁ, ଆରଜେଡି ମଧ୍ୟରେ ଥିବା ମହାଗଠବନ୍ଧନ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାପଡିଛି। ବିହାର କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମିତ କରିଥିବାବେଳେ ଆରଜେଡି ଏଥିପାଇଁ ପ୍ରସ୍ତୁତ ନାହିଁ । ଆରଜେଡି ପକ୍ଷରୁ

ବିମାନରୁ ଓହ୍ଲାଇ ଦେବା ପରେ ପବନ ଖେଡାକୁ ଗିରଫ କରିଛି ଆସାମ ପୁଲିସ

ଆଜି ଦଳୀୟ ଅଧିବେଶନରେ ଯୋଗ ଦେବା ଲାଗି ଛତିଶଗଡ଼ର ରାୟପୁର ଯାଉଥିବା ବରିଷ୍ଠ କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯିବା ପରେ ଆସାମ ପୁଲିସ ଆସି ତାଙ୍କୁ ଗିରଫ କରିଛି। ପବନ ଖେଡ଼ାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ

ଜେଲ ପ୍ରକୋଷ୍ଠରୁ ଚପଲ ଓ ଜିନସ୍ ଜବତ ପରେ କାନ୍ଦିଲେ ‘କନ୍‌ମ୍ୟାନ୍‌’ ସୁକେଶ

ମଣ୍ଡୋଲୀ ଜେଲ୍‌ ପ୍ରକୋଷ୍ଠରେ ଚଢ଼ଉ କରି ଜେଲ୍‌ କର୍ତ୍ତୃପକ୍ଷମାନେ କିଛି ସୌଖୀନ୍‌ ସାମଗ୍ରୀ ଜବତ କରିବା ପରେ ଜେଲ୍‌ରେ ଥିବା ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର କଇଁ କଇଁ ହୋଇ କାନ୍ଦୁଥିବା ଦୃଶ୍ୟ ‘ସିସିଟିଭି ଫୁଟେଜ୍‌’ରେ ଦେଖାଯାଉଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ତାରିଖ

‘ମୋତେ ୮୦ ଛୁଇଁଲାଣି, ଏଥର ମୋ’ ସାନ ପୁଅ ଲଢ଼ିବ ନିର୍ବାଚନ

ମୁଁ ନୁହେଁ, ମୋ ସାନ ପୁଅ ନିର୍ବାଚନ ଲଢ଼ିବ । ମୋତେ ୮୦ ଛୁଇଁଲାଣି, ତେଣୁ ୨୦୨୪ ନିର୍ବାଚନରେ ଆଉ ମୁଁ ଲଢ଼ି ପାରିବିନି । ଏଥର ମୋ’ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇବ ।’ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ

କ୍ରମାଗତ ଭାବେ ତଳକୁ ଖସିଚାଲିଛି ଷ୍ଟକ ମାର୍କେଟ

ଷ୍ଟକ ମାର୍କେଟ କ୍ରମାଗତଭାବେ ୪ ଦିନ‌ ହେଲା ତଳକୁ ଖସୁଛି। ଆଜି ସେନସେକ୍ସରେ ୯୨୮ ପଏଣ୍ଟର ବୃହତ୍ ହ୍ରାସ ଦେଖାଦେଇଛି। ସେହିଭଳି ନିଫ୍‌ଟି ୨୭୨ ପଏଣ୍ଟ ତଳକୁ ଖସିଛି। କାରବାର ଶେଷବେଳକୁ ସେନସେକ୍ସ ୫୯,୭୪୫ ଏବଂ ନିଫ୍‌ଟି ୧୭,୫୫୪ ପଏଣ୍ଟରେ ବନ୍ଦ ହୋଇଛି। ଆମେରିକା ସମେତ ବିଶ୍ବର ପ୍ରମୁଖ