Odia News Portal
Yearly Archives

2023

ହୁତୁ ହୁତୁ ହୋଇ ଜଳିଗଲା ବରମୁଣ୍ଡା ବସ୍‌ଷ୍ଟାଣ୍ଡର ‘ଖଣ୍ଡାଧାର କୁଇନ୍‌’ ବସ୍

ଜଳିଗଲା ‘ଖଣ୍ଡାଧାର କୁଇନ୍‌’ ବସ୍ । ଭୁବନେଶ୍ୱର ବରମୁଣ୍ଡା ଷ୍ଟାଣ୍ଟରେ ଥିବା ଖଣ୍ଡାଧାର ବସ୍ ଜଳିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା ଜାରି ରଖିଛି । ସୋମବାର ଦିନ ସକାଳ ସମୟରେ ବରମୁଣ୍ଡା ବସ୍ ଷ୍ଟାଣ୍ଡ ଛିଡା ହୋଇଥିଲା ‘ଖଣ୍ଡାଧାର କୁଇନ୍‌’ ନାମକ ଏକ

ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ପୁଣ୍ୟ ଜୟନ୍ତୀ। କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁବାଷ ବୋଷଙ୍କ ଜୟନ୍ତୀ ପାଳନ ପାଇଁ ଚଳଚଞ୍ଚଳ ହୋଇଛି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ। ନେତାଜୀ ସୁବାଷ ଚନ୍ଦ୍ର

କାଲିଫର୍ଣ୍ଣିଆ ଗୁଳିକାଣ୍ଡ: ନିଜକୁ ଗୁଳିକରି ଅଭିଯୁକ୍ତର ଆତ୍ମହତ୍ୟା

କାଲିଫର୍ଣ୍ଣିଆ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । ଅଭିଯୁକ୍ତ ଜଣେ ୭୨ ବର୍ଷର ବୃଦ୍ଧ ଥିଲେ ଓ ତାଙ୍କ ପରିଚୟ ହୁ ଚାନ୍ ଟ୍ରାନ୍ ବୋଲି ଜଣାପଡ଼ିଛି । ହୁ ଚାନ୍ ଟ୍ରାନ୍ ଏକ ଧଳା ଭ୍ୟାନରେ ଖସି ପଳାଉଥିବା ବେଳେ ପୋଲିସ ତାଙ୍କୁ ଘେରି ଯାଇଥିଲା ​​। ତେବେ

ନେତାଜୀ ସୁଭାଷ ବୋଷଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଆଜି ମହାନ ବୀର ସ୍ୱାଧୀନତା ସଂଗ୍ରାମୀ, ଭାରତ ମାତାର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ଏହି ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶ ପ୍ରତି ନେତାଜୀଙ୍କ ଅମାପ ସମର୍ପଣ ଭାବ, ଅନନ୍ୟ ବିଚାରଧାରା, ଦୃଢ଼ ଆତ୍ମବିଶ୍ବାସ ଓ ପରାକ୍ରମ

୩୦ରେ ମହିଳା ଥାନାରେ ହାଜର ହେବେ ହ୍ୟୁମାନ ଓ ଶ୍ରୀୟା

ହ୍ୟୁମାନ ଶ୍ରୀୟା ପାରିବାରିକ ବିବାଦ ମାମଲା । ଆସନ୍ତା ୩୦ ତାରିଖରେ ଥାନାରେ ହାଜର ହେବେ ଉଭୟ ଶ୍ରୀମାନ-ଶ୍ରୀୟା । ଶ୍ରୀୟା ୩୦ ତାରିଖରେ ଆସିବେ ବୋଲି ପୋଲିସକୁ ଜଣାଇଲେ । ସେଥିପାଇଁ ପୋଲିସ ପକ୍ଷରୁ ୩୦ ତାରିଖରେ ହ୍ୟୁମାନକୁ ଆସିବାକୁ ଜଣାଯାଇଛି । ପୂର୍ଵରୁ ସମାଧାନ ପାଇଁ ଦୁଇ ଦିନ ସମୟ

ବିଶିଷ୍ଟ ଶଲ୍ୟ ବିଶେଷଜ୍ଞଙ୍କ ପରଲୋକ

ବିଶିଷ୍ଟ ଶଲ୍ୟ ବିଶେଷଜ୍ଞ ତଥା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ ର ପୂର୍ବତନ ଡିନ ପ୍ରଫେସର (ଡାକ୍ତର) ଧୀରେନ୍ଦ୍ର କୁମାର ରାୟ ଙ୍କର ରବିବାର ସକାଳେ ସମ ଆଲଟିମେଟ ମେଡିକେୟାର ରେ ଦେହାନ୍ତ ହୋଇଯାଇଛି |ମୃତ୍ୟୁ ବେଳକୁ ତାଙ୍କର ବୟସ ୭୬ ବର୍ଷ ହୋଇଥିଲା। ବିଭିନ୍ନ

କଟକରେ ନକଲି ଆକ୍ୱାଗାର୍ଡ ଜବତ, ଜଣେ ଗିରଫ

ଭେଜାଲ ଓ ନକଲି ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଥିବା କଟକରୁ ଏବେ ନକଲି ଆକ୍ୱାଗାର୍ଡ ଜବତ ହୋଇଛି । ଆଜି କଟକ ବାଦାମବାଡି ଥାନା ପୋଲିସ ନକଲି ଆକ୍ୱାଗାର୍ଡ ତିଆରି ଓ ବିକ୍ରି ଅଭିଯୋଗରେ ଚଢାଉ କରି ଜଣଙ୍କୁ ଗିରଫ କରିଛି । ବ୍ୟକ୍ତି ଜଣଙ୍କ ବାଦାମବାଡି ଜଗନ୍ନାଥ ଲେନରେ ବଡ଼ ବ୍ରାଣ୍ଡ ନାଁରେ ନକଲି

ରେଳ ବିଭାଗ ତରଫରୁ ଜାରି ହେଲା ନୂଆ ଗାଇଡଲାଇନ

ଭାରତରେ ଅଧିକାଂଶ ଲୋକେ ଟ୍ରାଭେଲ କରିବା ପାଇଁ ଟ୍ରେନ ଉପରେ ନିର୍ଭର କରିଥାନ୍ତି । ସମସ୍ତଙ୍କର ପ୍ରଥମ ପସନ୍ଦ ଏବେ ଟ୍ରେନ । ଆଉ ଭାରତୀୟ ରେଲୱେ ନେଟୱର୍କ ଦେଶର ପ୍ରତି କୋଣ ଅନୁକୋଣ ସହ ଯୋଡା । ଯେଉଁଠାରେ ପକ୍କା ସଡକ ବି ଯାଇନି ସେଠାରେ ଯାଇଛି ଇଣ୍ଡିଆନ ରେଲୱେ ଟ୍ରାକ୍‌ । ଟ୍ରେନରେ ଯାତାୟାତ

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ରଥକାଠ। ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ବଳକା ରହିଛି ୧୧୮ ଖଣ୍ଡ କାଠ। ତେଣୁ ବର୍ତ୍ତମାନ ମୋଟ ୭୪୭ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି। ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ଆଜି ତିନୋଟି ଟ୍ରକରେ

ଚୀନରେ ୮୦% ଲୋକ କରୋନା ସଂକ୍ରମିତ

କରୋନା କବଳରେ ଚୀନ । ଏବେ ବି ଚୀନରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ଚୀନରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଚୀନର ଜଣେ ବୈଜ୍ଞାନିକ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଗାମୀ ଦୁଇ ତିନି ମାସ ମଧ୍ୟରେ ଚାଇନାରେ କାରୋନା ସଂକ୍ରମଣ କମିବା ସମ୍ଭାବନା ରହିଛି ।