Odia News Portal
Monthly Archives

March 2024

ବିଜେପିରେ ମିଶିଲେ ଆକାଶ ଦାସ ନାୟକ

ଶନିବାର ବିଜେଡିରୁ ଇସ୍ତଫା ଦେଇଥିଲେ ଆକାଶ ଦାସ ନାୟକ। ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍‌ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ସ୍ୱାଗତ କରାଯାଇଛି। ତାଙ୍କ ସହ ବହୁ କର୍ମୀ ମଧ୍ୟ ବିଜେପିରେ ସାମିଲ୍‌ ହୋଇଛନ୍ତି। ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ…

ଓଡିଶାର ୧୪୭ ଟି ଆସନରେ ପ୍ରାର୍ଥୀ ଦେବାକୁ ବିଜେପି ପାଖରେ ନେତା ନାହାଁନ୍ତି, ବିଜେଡି କଲା କଟାକ୍ଷ

ଓଡିଶାର ୧୪୭ ଟି ନିର୍ବାଚନ ମଣ୍ଡଳିରେ ପ୍ରାର୍ଥୀ ଦେବା ପାଇଁ ବିଜେପି ପାଖରେ ନେତା ନାହାଁନ୍ତି। ସେଥିପାଇଁ ତାଙ୍କର ବିଧାନସଭା ପାଇଁ ଗୋଟିଏ ହେଲେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରି ନାହାଁନ୍ତି। ଏହିପରି କଟାକ୍ଷ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି ଯେ,…

ଭୁବନେଶ୍ୱର ଫେରି ଏହା କହିଲେ ଭର୍ତ୍ତୃହରି

ଦେଶର ରାଜଧାନୀ ଦିଲ୍ଲୀରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଫେରିଛନ୍ତି ଭର୍ତ୍ତୃହରି ମହାତାବ । ନିକଟରେ ବିଜେଡିରୁ ଇସ୍ତଫାଦେଇ ବିଜେପିରେ ମିଶିଥିବା ଶ୍ରୀ ମହାତାବ ରବିବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀ ଓ ଶୁଭେଚ୍ଛୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ…

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ମେଘୁଆ ପାଗ

ଆଜି ସକାଳୁ କଟକ-ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ମେଗୁଆ ପାଗ ଦେଖିବାକୁ ମିଳିଛି । ଛତିଶଗଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପାଗରେ ପରିବର୍ତ୍ତନ ଦେଖାଦେଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷର ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ମାଲକାନଗିରିରେ…

ଆଜି ଶଙ୍ଖ ଧରିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଆଜି ବିଜେଡିରେ ସାମିଲ ହେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ବିଜେପିରୁ ଇସ୍ତଫା ଦେବାପରେ ହଜାର ହଜାର ସମର୍ଥକଙ୍କ ଗହଣରେ ଶଙ୍ଖଭବନରେ ପହଞ୍ଚି ବିଜେଡିରେ ଯୋଗ ଦେଇଛନ୍ତି ସୁକାନ୍ତ ନାୟକ । ଜେଡିରେ ଯୋଗ ଦେବା ପରେ ସୁକାନ୍ତ କହିଛନ୍ତି, ଆମେ ଆରମ୍ଭରୁ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ…

ବିଜେଡିରେ ମିଶିଲେ ଚିରଞ୍ଜୀବ ବିଶ୍ୱାଳ

ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ। ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ଚିରଞ୍ଜୀବ ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଛନ୍ତି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ପୁଅ ଚିରଞ୍ଜୀବ ଜଗତସିଂହପୁର ଜିଲ୍ଲାର ଜଣେ ଟାଣୁଆ କଂଗ୍ରେସ…

୭୫ ହଜାର ଛୁଇଁବ ସୁନା

୨୦୨୪ରେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ପକ୍ଷରୁ ସୁଧ ହାର ୩ ଥର ହ୍ରାସ କରାଯିବ ବୋଲି ଚର୍ଚ୍ଚା ହେଉଛି। ଆମେରିକା କେନ୍ଦ୍ରୀୟ ବ୍ୟାଙ୍କର ସୁଧ ହାର ହ୍ରାସ ଚର୍ଚ୍ଚା ସହିତ ଅନ୍ୟାନ୍ୟ କେତେକ କାରଣରୁ ଅନ୍ତର୍ଜାତୀୟ ବଜାରରେ ସୁନା ଦର ହୁ ହୁ ହୋଇ ବଢ଼ୁଛି। ଚଳିତ ଆର୍ଥିକବର୍ଷ…

ଆଉ ତିନିଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି

ରାଜ୍ୟର ଆଉ ତିନିଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । କଟକରୁ ଭର୍ତ୍ତୃହରି ମହତାବ ନିର୍ବାଚନ ଲଢ଼ିବେ। ଯାଜପୁରରୁ ଡାକ୍ତର ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି। କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ ନିର୍ବାଚନ ଲଢ଼ିବେ । ଏଥିସହ ବିଜେପି ରାଜ୍ୟର…

ତାତିରେ ଫୁଟିଲା ସାରା ରାଜ୍ୟ

୪୦ ଟପିଲା ୫ ସହର । ୪୧ ଡିଗ୍ରୀ ସହ ମାଲକାନଗିରି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର । ବୌଦ୍ଧ ଏବଂ ଟିଟିଲାଗଡ ତାପମାତ୍ରା ୪୦.୫ ଡିଗ୍ରୀ । ବଲାଙ୍ଗିର ୪୦.୨ ଏବଂ ନୟାଗଡ ୪୦ ଡିଗ୍ରୀ ସେଲସିୟସ । କଟକ ୩୭.୬ ଏବଂ ଭୁବନେଶ୍ୱର ୩୭ ଡିଗ୍ରୀ ସେଲସିୟସ ।

ଚୌଧୁରୀ ଚରଣ ସିଂଙ୍କ ସମେତ ଏହି ବ୍ୟକ୍ତିବିଶେଷମାନଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଭବନରେ ଆଜି (୩୦ ମାର୍ଚ୍ଚ ୨୦୨୪)ରେ ଆୟୋଜିତ ଏକ ପାରମ୍ପରିକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି। ସେ ନିମ୍ନ ବ୍ୟକ୍ତିବିଶେଷମାନଙ୍କୁ ଭାରତ ରତ୍ନରେ ସମ୍ମାନିତ କରି ଅଛନ୍ତି: - ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ…