Odia News Portal
Yearly Archives

2024

ଲୋକସଭା ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟରେ ୨୧%ରୁ ଅଧିକ ପ୍ରାର୍ଥୀ ଦାଗୀ

ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୦ଟି ରାଜ୍ୟର ୯୬ ଆସନରେ ମେ ୧୩ରେ ମତଦାନ ହେବ। ଏହି ୯୬ ଆସନରେ ମୋଟ ୧୭୧୦ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏନଜିଓ ଏଡିଆର୍ ଏବଂ ନ୍ୟାସନାଲ ଇଲେକ୍ସନ୍ ୱାଚ୍ ରିପୋର୍ଟ ଅନୁଯାୟୀ,

ମେ’୧୩ରେ ରୋଡ଼ ଶୋ, ୧୪ରେ ବାରାଣସୀର ଆସନରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ' ୧୪ ତାରିଖରେ ବାରାଣସୀ ଲୋକସଭା ଆସନରୁ ନାମାଙ୍କନ ଭରିବେ । ଏହା ପୂର୍ବରୁ ସେ କାଶୀ ବିଶ୍ୱନାଥ ଧାମ ଏବଂ କାଳ ଭୈରବଙ୍କ ଦର୍ଶନ କରିବେ । ମେ ୧୩ରେ ମୋଦି ବାରାଣସୀରେ ପହଞ୍ଚି ରୋଡ୍ ଶୋ' କରିବେ। ବାରାଣସୀରେ ସପ୍ତମ ପର୍ଯ୍ୟାୟରେ ଜୁନ୍ ୧ରେ ମତଦାନ ହେବ ।

ହାତ ଧରିଲେ ଦେବାଶିଷ ନାୟକ

ବରିଷ୍ଠ ନେତା ଦେବାଶିଷ ନାୟକଙ୍କ ଦଳଡିଆଁ ଜାରି ରହିଛି। ବିଜେପି ଛାଡି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ । ଏ ବର୍ଷ ଫେବ୍ରୁଆରୀରେ ବିଜେଡି ଛାଡିଥିଲେ ଦେବାଶିଷ। ଫେବ୍ରୁଆରୀ ୨୫ରେ ବିଜେପିରେ ଯୋଗ ଦେଇଥିଲେ। ହେଲେ ବିଧାନସଭା ନିର୍ବାଚନ ପାଇଁ ବିଜେପି ଟିକେଟ ଦେଇନଥିଲା ।

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ବିଜେଡିର ପ୍ରଚାର ମଙ୍ଗ ଧରିଥିବା ଦଳର ଏକ ନମ୍ବର ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ଆଜି ବିଜେଡି ସୁପ୍ରିମୋ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମାରାଥନ ନିର୍ବାଚନ ପ୍ରଚାର କରି ଦଳର ଲୋକସଭା ଓ

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ। ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିିଛି। ୨୫ଟି କାଠ ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି। ଅସନ କାଠଗୁଡ଼ିକ ରଥର ଗୟଳ ଓ ଦଣ୍ଡା ଏବଂ ଧଉରା କାଠ ରଥର ଅଖ କାର୍ଯ୍ୟରେ ଲାଗିବ। ଗତବର୍ଷ ଠାରୁ

ଲୋକସଭା ନିର୍ବାଚନ ଦୃଷ୍ଟିରୁ କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରିପାରନ୍ତି ସୁପ୍ରିମକୋର୍ଟ

ଦିଲ୍ଲୀରେ ଲୋକସଭା ନିର୍ବାଚନ ଦୃଷ୍ଟିରୁ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ବିଚାର କରାଯିବ । ସୁପ୍ରିମକୋର୍ଟ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଏହା କହିଛନ୍ତି ।

ବ୍ରାଜିଲରେ ଜଳ ପ୍ରଳୟ, ୨୯ ମୃତ, ୬୦ରୁ ଅଧିକ ନିଖୋଜ

ବ୍ରାଜିଲର ଅନେକ ଅଞ୍ଚଳରେ ବର୍ତ୍ତମାନ ମୁସଳ ଧାରାରେ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ଅନେକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ପରିସ୍ଥିତି ଏପରି ହୋଇଛି ଯେ, ବ୍ରାଜିଲର ଦକ୍ଷିଣ ରାଜ୍ୟ ରିଓ ଗ୍ରାଣ୍ଡେ ଡୋ ସୁଲରେ ଗୁରୁବାର

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଜାରି

ରାଜ୍ୟରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଛି ବିଜେଡି । ଏଥିରେ ୪୦ ଜଣଙ୍କ ନାଁ ରହିଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୀର୍ଷ ତାରକା ପ୍ରଚାରକ ଥିବା ବେଳେ କାର୍ତ୍ତିକ ପାଣ୍ଡିଆନ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ

ନିର୍ବାଚନୀ ଋତୁରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଅସଦାଚରଣ କରିଥିବା ନେଇ ରାଜଭବନର ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ଅଭିଯୋଗ କରିଛନ୍ତି । ଚାକିରିକୁ ସ୍ଥାୟୀ କରିଦେବାର ପ୍ରତିଶ୍ରୁତି ଦେଇ ରାଜ୍ୟପାଳ ତାଙ୍କ ସହ

ଭୁବନେଶ୍ବର ବାସିନ୍ଦାଙ୍କୁ ଗ୍ରୀଷ୍ମ ଦାଉରୁ ରକ୍ଷା କରିବା ପାଇଁ ଟ୍ରାଫିକ ଛକରେ ନିର୍ମାଣ ହେଲା ଅସ୍ଥାୟୀ ଛପର

ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ଏହା ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଜଣାପଡିଛି। ତେବେ ଏହି ଖରା ସମୟରେ ଟ୍ରାଫିକ ଛକରେ ଅପେକ୍ଷା କରିବା ସବୁଠାରୁ କଷ୍ଟକର ବ୍ୟାପାର। ବିଶେଷ କରି ଦୁଇଚକିଆ ଯାନରେ ଯାଉଥିବା ଲୋକଙ୍କ ଅବସ୍ଥା ଆହୁରି ଖରାପ