Odia News Portal
Yearly Archives

2026

ଧାମରା ପୋର୍ଟର ଐତିହାସିକ ସଫଳତା: ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ

ଧାମରା, ୩୦.୦୬.୨୦୨୬: ଭାରତର ସାମୁଦ୍ରିକ କ୍ଷେତ୍ରରେ ଏକ ନୂତନ ମାଇଲଖୁଚା ସ୍ଥାପନ କରି ଧାମରା ପୋର୍ଟ ୩୦ ଜୁନ ୨୦୨୬ରେ ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ପୂର୍ବ ଜାତୀୟ ରେକର୍ଡକୁ ଭଙ୍ଗ କରିଛି । ପୋର୍ଟ କେବଳ ୨୪ ଘଚାା ମଧ୍ୟରେ ୧,୩୨,୩୬୫ ମେଟ୍ରିକ୍ ଟନ୍ କାର୍ଗୋ ଅନ୍‌ଲୋଡ୍ କରି…

ବର୍ବରତାରେ ଆଉ ଏକ ଚିତ୍ର :ଖୋର୍ଦ୍ଧାରେ ଚୋରି ସନ୍ଦେହରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼, ଚିକିତ୍ସାଧୀନ ଅବସ୍ଥାରେ…

ଖୋର୍ଦ୍ଧା,୩୦ ଜୁନ୍: ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଞ୍ଚଳରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ଼ ମାରାଯାଇଥିବା ଅଭିଯୋଗ ହୋଇଛି। ପରେ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ…

ଧନୁର୍ଦ୍ଧରଙ୍କ ଘରୁ ମିଳିଲା ନଗଦ ୧୯ ଲକ୍ଷ ୭୨ ହଜାର ଟଙ୍କା

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାର ବୁର୍ଲାର ଏଷ୍ଟାବ୍ଲିସମେଣ୍ଟ ଅଫିସର୍-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ବିଭିନ୍ନ ଠିକଣାରେ ଚାଲିଥିବା ଭିଜିଲାନ୍ସ ଚଢ଼ାଉ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାର ବୁର୍ଲାର

Sheikh Hasina:ଚଳିତ ବର୍ଷ ସ୍ୱଦେଶ ଫେରିବେ ବୋଲି ଘୋଷଣା କଲେ ଶେଖ୍ ହସିନା, ‘ମୃତ୍ୟୁଦଣ୍ଡକୁ ଭୟ କରେ ନାହିଁ’

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ଗତ ଦୁଇ ବର୍ଷ ଧରି ଭାରତରେ ଅବସ୍ଥାନ କରୁଥିବା ହସିନା ଚଳିତ ବର୍ଷ ସ୍ୱଦେଶକୁ ଫେରିବେ ବୋଲି ଘୋଷଣା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ବାଂଲାଦେଶକୁ ଫେରିବା ତାଙ୍କର…

ସେଶେଲ୍ସର ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ପରିବେଶ ସଂରକ୍ଷଣ ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେଶେଲ୍ସର ସର୍ବୋଚ୍ଚ ରାଷ୍ଟ୍ରପତି ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ପ୍ରଦାନ କରାଯାଇଛି।ତିନି ଦିନିଆ ସେଶେଲ୍ସ ଗସ୍ତର ପ୍ରଥମ ଦିନରେ ଏହି ସମ୍ମାନ…

ଧର୍ମେନ୍ଦ୍ରଙ୍କ ଜନ୍ମଦିନ ପାଳି ପ୍ରଭାତୀଙ୍କୁ ଟାର୍ଗେଟ

ନିମାପଡ଼ାରେ ଥମୁନି ସମୀର ପ୍ରଭାତୀଙ୍କ ମଧ୍ୟରେ କଳି । ଏବେ ଏହି କଳି ସୃଷ୍ଟି ହୋଇଛି ନିମାପଡ଼ାରେ ଚାଲିଥିବା ବାଲି ଚୋରୀକୁ ନେଇ । ବାଲି ଚୋରୀକୁ ନେଇ କିଛିଦିନ ହେବ ନିମାପଡ଼ା ରାଜନୀତି ସରଗରମ ରହିଛି । ତେବେ ଏହାରି ଭିତରେ ବାଲି ଚୋରୀକୁ ନେଇ ଅପାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି…

ଭୟମୁକ୍ତ ବାଲି ମାଫିଆ, ଅତିରିକ୍ତ ତହସିଲଦାରଙ୍କୁ ଦେଲେ ଖୋଲା ଧମକ

ରାଜ୍ୟର ବିଭିନ୍ନ ସ୍ଥାନରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଆଉ ଏହାକୁ ଅଟକାଇବାକୁ ଗଲା ବେଳେ ପ୍ରଶାସନ ପୋଲିସକୁ ନାଲିଆଖି ଦେଖାଉଛନ୍ତି ବାଲି ମାଫିଆ । ଏଭଳି ଘଟଣା ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବାଲି ମାଫିଆ -…

ସୋଏବ ଅଖତରଙ୍କ ବଡ଼ ଭାଇର ଅନ୍ତିମ ସଂସ୍କାରରେ ଯୋଗଦେଲେ ଆତଙ୍କବାଦୀ

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ତେବେ ଏଥର କ୍ରିକେଟ୍ ପାଇଁ ନୁହେଁ, ବରଂ ତାଙ୍କ ବଡ଼ ଭାଇ ଶାହିଦ ଅଖତରଙ୍କ ନିଧନ ଏବଂ ତାଙ୍କ ଅନ୍ତିମ ସଂସ୍କାରକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓ ଓ ଫଟୋ ଯୋଗୁଁ ସେ ଖବରରେ ରହିଛନ୍ତି।…

ଟ୍ରମ୍ପଙ୍କ ଟିକସ୍ ଧମକ: ଡିଜିଟାଲ୍ ଟିକସ ଲାଗୁ କରୁଥିବା ଦେଶଗୁଡ଼ିକୁ ୧୦୦% ଶୁଳ୍କ

ଆମେରିକା-ୟୁରୋପ ମଧ୍ୟରେ ପୁଣି ଥରେ ବଢ଼ିଲା ବାଣିଜ୍ୟ ଯୁଦ୍ଧର ଆଶଙ୍କା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି। ସୋସିଆଲ ମିଡିଆରେ ସେ ସ୍ପଷ୍ଟ କରିଛନ୍ତି ଯେ, ଆମେରିକୀୟ ଟେକ୍ କମ୍ପାନିଗୁଡ଼ିକ ଉପରେ କୌଣସି ନୂତନ ଡିଜିଟାଲ୍ ସେବା ଟିକସକୁ…

ଚଷମା ଧରାଇଦେଲା ନକଲି ଆଇଏସ ଅଫିସରଙ୍କୁ

ରାଜଧାନୀ ଭୁବନେଶ୍ୱରରୁ ଗିରଫ ହେଲା ଜଣେ ମହାଠକ। ନିଜକୁ ଜଣେ ଆଇଏଏସ୍ (IAS) ଅଫିସର ତଥା ଭୁବନେଶ୍ୱରର ସବ୍‌-କଲେକ୍ଟର କହି ସେ ଲୋକଙ୍କୁ ଚୂନ ଲଗାଉଥିଲା। ଶେଷରେ କମିଶନରେଟ୍ ପୋଲିସର ସହିଦନଗର ଥାନା ଟିମ୍ ହାତରେ ଧରାପଡ଼ିଛି ଏହି ନକଲି ବାବୁ । ଦେଖିବାକୁ ଠିକ୍ ଜଣେ ବଡ଼ ଅଫିସରଙ୍କ ଭଳି।…