ରାଜଧାନୀରେ ଭୟଙ୍କର ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ବମିଖାଲ ଓଭରବ୍ରିଜରୁ ତଳକୁ ଏକ କାର୍ ଖସିବା ଫଳରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି। ତେବେ ଏହି କାରଟିକୁ ଦେଖିଲେ ସହଜରେ ଅନୁମାନ କରି ହେଉଛି କେତେ ଭୟଙ୍କର ଏହି ଦୁର୍ଘଟଣା।। ଦୁର୍ଘଟଣା ପରେ ଗାଡ଼ିଟି ଭାଙ୍ଗି ଚୁରମାର ହୋଇ ଯାଇଛି। ତେବେ କେମିତି ତଳକୁ ଖସିଲା ତାହା ସ୍ପଷ୍ଟ ହୋଇନାହିଁ।