Odia News Portal

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ

ରାଜଧାନୀରେ ଅଭାବନୀୟ ଘଟଣା। କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲ୍ ରେ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା କହିଥିଲେ ନର୍ସ। କିନ୍ତୁ ପରେ ତାଙ୍କୁ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିଲା। ଏ ନେଇ ପରିବାର ପକ୍ଷରୁ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ନିର୍ଦ୍ଦେଶକ କହିଛନ୍ତି, ଏ ଘଟଣାର ତଦନ୍ତ ସହ DNA ଟେଷ୍ଟ କରାଯିବ । ଏହି ଘଟଣାର ତଦନ୍ତ ପାଇଁ ତିନି ଜଣିଆ ଟିମ୍ ଗଠନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଅନ୍ୟପଟେ ପିଲା ଅଦଳବଦଳ ନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦେଲେ ଅଭିଯୋଗକାରୀ।